ରାଜ୍ୟରେ ଆଉ ୧୭୫ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ବୁଧବାର ଆଉ ୧୭୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୧୪୫ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ୩୦ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩୮ରେ ପହଞ୍ଚିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । କରୋନା ଆକ୍ରାନ୍ତଙ୍କ ମାନଙ୍କ ମଧ୍ୟରୁ ସର୍ବାଧିକ ଗଜପତି ଜିଲାରୁ ୫୭ ଜଣ ଚିହ୍ନଟ ହୋଇଥିବା ବେଳେ ମୟୁରଭଞ୍ଜ ୫, ଖୋର୍ଦ୍ଧା ୨୫, ସୁନ୍ଦରଗଡ ୫, କଟକ ୩, ଜଗତସିଂହପୁର ୭, ଝାରସୁଗୁଡା ୧, ବାଲେଶ୍ବର-୬, କେନ୍ଦ୍ରାପଡା ୧, ନୂଆପଡା ୪, କନ୍ଧମାଳ ୭, ବରଗଡ଼ ୧୧, ପୁରୀ ୧୮, ବଲାଙ୍ଗୀର ୩, ଗଞ୍ଜାମ ୧୫, ବାତ୍ୟା ଅମ୍ପନ କାର୍ଯ୍ୟରେ ଉଦ୍ଧାର ପାଇଁ ପଶ୍ଚିମବଙ୍ଗ ଯାଇଥିବା ଅଗ୍ନିଶମ ବିଭିଗ କର୍ମଚାରୀ ୨୧ ଜଣ ରହିଛନ୍ତି ।