ରାଜ୍ୟରେ ଆଉ ୮୦ ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ଆଉ ୮୦ ପଜିଟିଭ୍ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ହୋଇଛି । ଗଞ୍ଜାମରୁ ୧୯, ଯାଜପୁରରୁ ୧୪, ବାଲେଶ୍ବରୁ ୩, ପୁରୀରୁ ୧୭, କଟକରୁ ଜଣେ, ସୁନ୍ଦରଗଡରୁ ୫, ନୟାଗଡରୁ ୫, ବଲାଙ୍ଗିରରୁ ୧, ମାଲକାନଗିରିରୁ ୫, କନ୍ଧମାଳରୁ ୨, ଝାରସୁଗୁଡାରୁ ୩, ଗଜପତିରୁ ୪ ଓ ନବରଙ୍ଗପୁରରୁ ଜଣେ ରହିଛନ୍ତି । ନୂତନ ୮୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୭୧ ଜଣ ଚିହ୍ନଟ ହୋଇଥିବାବେକେ ୨ ଜଣ ହୋମ କ୍ଵାରେଣ୍ଟିନ ଓ ୭ ଜଣ ଲୋକାଲ କେସ୍ ରହିଛି। ସେହିପରି ଆଜି ପ୍ରଥମ କରି ୨ ଟି ଜିଲ୍ଲାକୁ କୋରନା ବ୍ୟାପିଛି । ଗଜପତି ଓ ନବରଙ୍ଗପୁର ଜିଲ୍ଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଜପତିରୁ ୪ ଜଣ ଚିହ୍ନଟ ହୋଇଥିବାବେଳେ ନବରଙ୍ଗପୁରରୁ ଜଣେ ଚିହ୍ନଟ ହୋଇଛନ୍ତି।