ତେଲ ଟ୍ୟାଙ୍କର ଗାଡିରୁ ୫୦ କେଜି ଗଞ୍ଜେଇ ଜବତ,ଜଣେ ଗିରଫ

ରାଇକିଆ, (ପ୍ରଦୀପ କୁମାର ବେହେରା):କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଗୋଲକ ବିହାରୀ ଦାସ ନାମକ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିଛି । ଶୁକ୍ରବାର ଭୋରରୁ ପେଟ୍ରୋଲିଂ ବେଳେ ସନ୍ଦେହରେ ଭାରତ ପେଟ୍ରୋଲୟମ ଲେଖା ଥିବା ଏକ ଟ୍ୟାଙ୍କର କୁ ଅଟକାଇ ଯାଞ୍ଚ ବେଳେ ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଥିଲା । ଟ୍ୟାଙ୍କର ର ଡ୍ରାଇଭର ସିଟ୍ ପଛ ପାଖରେ ତିନୋଟି ପ୍ୟାକେଟ ରେ ଗଞ୍ଜେଇ ମିଳି ଥିଲା ।ରାଇକିଆ ତହସିଲଦାର ସାରଦାକାନ୍ତି ଦଳାଇ ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ ଓଜନ କରା ଯିବା ସହ ଏଥିରେ ୫୦ କେଜି ଥିବା ଜଣା ପଡିଥିଲା । ଏ ନେଇ ରାଇକିଆ ଥାନା ରେ କେସ ନଂ ୨୮/୨୦ ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଅଲେଖ ଗରଡିଆ କହିଛନ୍ତି। ଅଭିଯୁକ୍ତ ଙ୍କ ଘର ନୟାଗଡ଼ ଅଞ୍ଚଳ ର ବୋଲି ଜଣ। ପଡ଼ିଛି । ଲକ୍ ଡାଉନ୍ ପିରିୟଡ଼ ରେ ଜରୁରୀ ସାମଗ୍ରୀ ପରିବହନ ର ସୁଯୋଗ ଦିଆ ଯାଇଥିବା ବେଳେ ଏହାର ଫାଇଦା ନେଇ ଗଞ୍ଜେଇ ମାଫିଆ ମାନେ ସକ୍ରିୟ ହୋଇ ଉଠିଛନ୍ତି । ଗତ କିଛି ଦିନ ମଧ୍ୟ ରେ ଜିଲ୍ଲା ର ବିଭିନ୍ନ ଥାନା ରେ ଗଂଜେଇ ଜବତ କରାଯାଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ