ରାଜ୍ୟରେ କମିଲା ସଂକ୍ରମଣ, ୬୨୫ ପଜିଟିଭ୍‌, ବଢ଼ୁଛି ଶିଶୁ ସଂକ୍ରମଣ

ଭୁବନେଶ୍ୱର, (ଓ୍‌ୱାଇଏନ୍‌ଏସ୍‌): ରାଜ୍ୟରେ କମିବାରେ ଲାଗିଛି ସଂକ୍ରମଣ ସଂଖ୍ୟା ଗତ ୨୪ ଘଣ୍ଟାରେ ୬୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ଚିନ୍ତାର ବିଷୟ ପିଲାଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି, ଆଜି ୮୦ ଜଣ ପିଲା ଯେଉଁମାନଙ୍କ ବୟସ ୧୮ ବର୍ଷ ଭିତରେ ସେମାନେ ସଂକ୍ରମିତ ହୋଇଛନ୍ତି । ୬୨୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୫୯ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୪ ଜଣ ଚିହ୍ନଟ ହୋଇଛନ୍ତି।ଅନୁଗୋଳରୁ ୧୮ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫୦, ବରଗଡ଼ରୁ ୬, ଭଦ୍ରକରୁ ୮, କଟକରୁ ୫୬, ଦେବଗଡ଼ରୁ ୯, ଢେଙ୍କାନାଳରୁ ୬, ଗଜପତିରୁ ୨, ଗଞ୍ଜାମରୁ ୬, ଜଗତସିଂହପୁରରୁ ୩୮, ଯାଜପୁରରୁ ୩୪, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୩, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୧୮, କୋରାପୁଟରୁ ୧୧, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୭, ନୟାଗଡ଼ରୁ ୧୦, ନୂଆପଡ଼ାରୁ ଜଣେ, ପୁରୀରୁ ୨୯, ରାୟଗଡ଼ାରୁ ୧୨, ସମ୍ବଲପୁରରୁ ୧୮, ସୁନ୍ଦରଗଡ଼ରୁ ୬ ଓ ଷ୍ଟେଟ୍‌ ପୁଲ୍‌ରୁ ୪୮ ଜଣ ଚିହ୍ନଟ ହୋଇଛନ୍ତି। ବୌଦ୍ଧ, ବଲାଙ୍ଗିର, ନବରଙ୍ଗପୁର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଅନ୍ୟପକ୍ଷରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୭ ଜଣଙ୍କ ସଂପର୍କରେ ସରକାର ତଥ୍ୟ ଦେଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୪୯୩କୁ ବୃଦ୍ଧି ପାଇଛି। ଏହି ୬୭ ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ଥିବା ବେଳେ ଜଗତସିଂହପୁରରୁ ୧୪, ଢେଙ୍କାନାଳରୁ ୮, ଯାଜପୁରରୁ ୬ , ବାଲେଶ୍ୱରରୁ ୫, ଅନୁଗୋଳ ଓ କେନ୍ଦ୍ରାପଡ଼ାରୁ ୩ ଜଣ ଲେଖାଏଁ, ଭଦ୍ରକ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ଏବଂ କେନ୍ଦୁଝର, ନବରଙ୍ଗପୁର, ପୁରୀ ଓ ରାୟଗଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ