ରାଜ୍ୟରେ କରୋନା ଯୋଗୁ ଆଉ ୬ ଜଣଙ୍କ ଜୀବନ ଯାଇଛି
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ରାଜ୍ୟରେ କରୋନା ଯୋଗୁ ଆଉ ୬ ଜଣଙ୍କ ଜୀବନ ଯାଇଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ଏହି ୬ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪ ଜଣ ଥିବା ବେଳେ କଟକ ଓ ଭୁବନେଶ୍ୱରରୁ ଜଣେ ଲେଖାଏ ଅଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିସହ ଗଞ୍ଜାମରେ ମୋଟ ମୃତକଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି।ଗଞ୍ଜାମ ଜିଲ୍ଲାରେ କରୋନାରେ ମୃତ୍ୟୁ ହୋଇଥିବା ଚାରିଜଣ ପୁରୁଷଙ୍କ ବୟସ ୪୫, ୬୩, ୭୨ ଓ ୪୯ବର୍ଷ ମଧ୍ୟରେ ରହିଛି। ୪୫ବର୍ଷର ବ୍ୟକ୍ତି ମଧୁମେହ ଓ ଉକ୍ତରକ୍ତଚାପରେ ପୀଡିତ ଥିଲେ। ଏଥିସହିତ ୭୨ବର୍ଷୀୟ ମୃତଙ୍କର ବି ମଧୁମେହ, ହୃଦହଜନିତ ଓ କିଡନୀଜନିତ ସମସ୍ୟା ରହିଥିବା ବେଳେ ୪୯ବର୍ଷୀୟ ବ୍ୟକ୍ତି ବି ମଧୁମେହରେ ପୀଡିତ ଥିଲେ।ସୂଚନାଯୋଗ୍ୟ, ସୋମବାର ରାଜ୍ୟରେ ମୋଟ ୬୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।


