ରାଜ୍ୟରେ ଦୁର୍ନିତୀ ଦୂର କରିବା ପାଇଁ ଲୋକାୟୁକ୍ତ ଆଇନ୍ର ପରିବର୍ତ୍ତନ ଆବଶ୍ୟକ
ଜୟପୁର, (ଯୁଗାବ୍ଦ ନ୍ୟୁଜ):ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଜୟପୁର ଏକ ହୋଟେଲ ରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ଲୋକାୟୁକ୍ତ ଆଇନ୍ର ତୁରନ୍ତ ରାଜ୍ୟ ସରକାର ପରିବର୍ତ୍ତନ କରିବା ପାଇଁ ସଂଗଠନ ପକ୍ଷରୁ ଦାବୀ କରାଯାଇଛି । ବିଗତ ୨୪ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନିତୀର ପରିମାଣ ବହୁ ପରିମାଣରେ ବୃଦ୍ଧି ପ୍ରାପ୍ତ ହୋଇଛି । ଏତେ ସଂଖ୍ୟକ ଦୁର୍ନିତୀ ବିରୋଧ ମୋକଦ୍ଦମାକୁ ଫଇସଲା କରିବା ଓ ଦୁର୍ନିତୀ ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭିଜିଲାନସ୍ ବିଭାଗ ପାଖରେ ମାନବ ସମ୍ବଳ ଓ ପ୍ରଚଳିତ ଆଇନ୍ ବ୍ୟବସ୍ଥା ଅନୁସାରେ କାର୍ଯ୍ୟକ୍ରମ ଗ୍ରହଣ କରିବା କଷ୍ଟକର ବ୍ୟାପାର । ଅନ୍ୟ ରାଜ୍ୟରେ ଯେଉଁ ଭଳି ଭାବରେ ଲୋକାୟୁକ୍ତକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇ ବିଭିନ୍ନ ଅସାଧୁ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ସର୍ଚ୍ଚ ଓ୍ବାରେଣ୍ଟ ଜାରି କରି କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି, ଓଡିଶା ରେ ମଧ୍ୟ ଏହାର ଆବଶ୍ୟକତା ରହିଛି । ରାଜନୀତିକ ବ୍ୟକ୍ତି ବିଶେଷ ଓ ସରକାରୀ କର୍ମଚାରୀଙ୍କ ବିଭିନ୍ନ ଦୁର୍ନିତୀ ଗ୍ରସ୍ତ କାର୍ଯ୍ୟକଳାପ ରୋକିବା ପାଇଁ ଲୋକୟୁକ୍ତକୁ କ୍ଷମତା ଦେବାରେ ଆବଶ୍ୟକତା ରହିଛି । ସର୍ବ ଭାରତୀୟ କ୍ଷେତ୍ରରେ ଓଡ଼ିଶାର ଦୁର୍ନିତୀର ମାତ୍ରା ସର୍ବାଧୂକ । ସର୍ବ ଭାରତୀୟ କ୍ଷେତ୍ରରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ବହୁ ସଂଖ୍ୟକ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ନିତୀ ଅଭିଯୋଗ ହୋଇଛି । ଦୁର୍ନିତୀର ମାତ୍ରା ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ସର୍ବାଧିକ । ଏହା ଭିଜିଲାନସ୍ ନିର୍ଦ୍ଦେଶାଳୟ ରିପୋର୍ଟରୁ ଜଣା ପଡୁଛି । ଅନ୍ୟ ରାଜ୍ୟର ଆଇନ୍ ସହ ତର୍ଜମା କରି ନୂତନ ଆଇନ୍ ନୂଆ ସରକାର ଗ୍ରହଣ କରିବାକୁ ଆସନ୍ତା ଜାନୁୟାରୀ ମାସରେ ଭ୍ରଷ୍ଟାଚର ବିରୋଧ ସଂଗଠନ ପକ୍ଷରୁ ଏକ ସଚେତନତା ପାଇଁ ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ।ବିଗତ ବର୍ଷ ଅବିଭକ୍ତ ଭକ୍ତ କୋରାପୁଟ ଜିଲ୍ଲାର ନବରଙ୍ଗପୁରକୁ ଭ୍ରଷ୍ଟାଚାର ବିରୋଧ ସଂଗଠନ ଦୁର୍ନିତୀ ନିରାକରଣ ଜିଲ୍ଲା ଭାବରେ ଗ୍ରହଣ କରି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଭିଜିଲାନସ୍ ବିଭାଗ ଦ୍ବାରା ଗିରଫ ହୋଇଥିବା ସବ୍-କଲେକ୍ଟରଙ୍କ ଠାରୁ ଆରମ୍ଭ କରି ପ୍ରାଥମିକ ଶିକ୍ଷା ଜିଲ୍ଲା ଅଧୂକାରୀଙ୍କ ଦୁର୍ନିତୀର କାର୍ଯ୍ୟାବଳୀକୁ ଜନସାଧାରଣ ନିକଟରେ ପହଁଚାଇବା ଓ ଲୋକଙ୍କ ଠାରୁ ଏ ସଂପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ବେସରକାରୀ ଭାବେ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଥିଲା । ସଂଗଠନର ବହୁ ଭାବରେ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଦୁର୍ନିତୀ ସଂପର୍କରେ ସବିଶେଷ ତଥ୍ୟ ଜନସାଧାରଣଙ୍କ ଠାରୁ ଗ୍ରହଣ କରିଥିଲେ । ଜନ ଅଭିଯୋଗ ଶୁଣାଣି ଶିବିରର ସୁପାରିଶକୁ ତତ୍ କାଳୀନ ସରକାରଙ୍କ ନିକଟରେ ପ୍ରେରଣ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀ କରାଯାଇଥିଲା । ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଦୁର୍ନିତୀ, ସାର ଆବଣ୍ଟନରେ କଳା ବଜାରୀ ଓ ସର୍ବୋପରି ସ୍କୁଲ ୟୁନିଫର୍ମ ଦୁର୍ନିତୀ ଗ୍ରହଣ କରାଯାଇଥିବା ଦୁର୍ନିତୀକୁ ଲୋକ ଲୋଚନକୁ ଆଣିବା ପାଇଁ ଭ୍ରଷ୍ଟାଚାର ବିରୋଧ ସଂଗଠନ ବହୁ କାର୍ଯ୍ୟକ୍ରମ ଗ୍ରହଣ କରିଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଜନଶୁଣାଣୀ ଓ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବାରେ ଏହି ସଂଗଠନ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।ସରକାର ପରିବର୍ତନ ହେଲେ ଦୁର୍ନିତୀର ମାତ୍ରା କମିବ ନାହିଁ । ବିଭିନ୍ନ ସରକାରୀ ଯୋଜନାରେ ଆସୁଥିବା ଅର୍ଥ ବିଭିନ୍ନ କ୍ଷେତ୍ରରେ ବାଟ ମାରଣା କରି ରାଜନୈତିକ ବ୍ୟକ୍ତି ବିଶେଷ ଓ ସରକାରୀ କର୍ମଚାରିଙ୍କ ମଧୁଚନ୍ଦ୍ରିକାକୁ ଶେଷ କରିବା ପାଇଁ ଆଗାମୀ ଦିନରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଆଗାମୀ ଦିନରେ ଦୁର୍ନିତୀ ବିରୁଦ୍ଧରେ ସମ୍ବାଦିକମାନଙ୍କ ଲଢ଼େଇରେ ଆଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ଗଠନର ରାଜ୍ୟ କମିଟି ସହଯୋଗ କରିବ । ସଂଗଠନ ରାଜ୍ୟ ଆବାହାକ ବରିଷ୍ଠ ଆଇନ୍ଜୀବୀ ସୁବ୍ରତ କୁମାର ନନ୍ଦ, କୋରାପୁଟ ଜିଲ୍ଲା ସଭାପତି ବରିଷ୍ଠ ଆଇନଜୀବୀ ଅଶୋକ ମିଶ୍ର, ନବରଙ୍ଗପୁର ଜିଲ୍ଲା ସଭାପତି ସାମ୍ବାଦିକ – ଈଶ୍ୱର ରାଓ, ସାଧାରଣ ସମ୍ପାଦକ – ଆଦିବାସୀ ନେତା- ଅର୍ଜୁନ ଭାତ୍ରା, ବୋରିଗୁମା ବ୍ଲକ ସଭାପତି- ସାମ୍ବାଦିକ-ରବି ଶଙ୍କର ମହାପାତ୍ର, ଜୟପୁର ମ୍ୟୁନିସିପାଲିଟିର ସଭାପତି -ପୂର୍ଣ୍ଣଚନ୍ଦ୍ର ପାଢ଼ି ଓ ଜୟପୁର ବ୍ଳକ ସଭାପତି – ଶ୍ରୀ ନରସିଂହ ନାୟକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଥିଲେ ।