ରାଜ୍ୟରେ ବୁଗୁଡା ଶ୍ରେଷ୍ଠ ବିଜ୍ଞାପିତ ଅଞ୍ଚଳ ପରିଷଦ

ବୁଗୁଡା, (ଅନିଲ ମହାରଣା):ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ୨୦-୨୧ ବର୍ଷ ପାଇଁ ଶ୍ରେଷ୍ଠ ଏନଏସି ଭାବେ ଘୋଷଣା କରାଯାଇଛି। ସେପ୍ଟେମ୍ବର ୨୫ ତାରିଖ ଦିନ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ଉତ୍ସବରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଠାରୁ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଏହି ଶ୍ରେଷ୍ଠ ପ୍ରମାଣ ପତ୍ର ଗ୍ରହଣ କରିଥିଲେ। ରାଜ୍ୟରେ ଶ୍ରେଷ୍ଠ ଏନଏସିର ମାନ୍ୟତା ବୁଗୁଡାକୁ ମିଳିଥିବା ଯୋଗୁଁ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାଶଙ୍କୁ କର୍ମଚାରୀ ବୃନ୍ଦ ଅଭିନନ୍ଦନ ଜଣାଇଥିବା ବେଳେ ବୁଗୁଡାରେ ଆନନ୍ଦର ଲହରୀ ଖେଳିଯାଇଛି। ସେହିପରି ଡିଜିଟାଲ ଓ କଲେକ୍ସନ ରେ ମଧ୍ୟ ବୁଗୁଡା ଏନଏସି ରାଜ୍ୟରେ ଶ୍ରେଷ୍ଠ ହୋଇପାରିଥିବା ନେଇ ପ୍ରମାଣ ପତ୍ର ମଧ ଶ୍ରୀ ଦାଶ ଗ୍ରହଣ କରିଛନ୍ତି। ତିନିଟି ବିଷୟରେ ବୁଗୁଡା ଏନଏସି ଶ୍ରେଷ୍ଠ ହୋଇପାରି ବୁଗୁଡା ସହର ପାଇଁ ଗର୍ବ ଓ ଗୌରବ ଅର୍ଜନ କରିପାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ