ରାଜ୍ୟରେ ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଆଉ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ୭୪ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧରୁ ସର୍ବାଧିକ ୨୮, ଗଞ୍ଜାମରୁ ୬, ଖୋର୍ଦ୍ଧାରୁ ୭, ପୁରୀରୁ ୧୧, କଟକରୁ ୯, ଯାଜପୁରରୁ୬, କେନ୍ଦ୍ରପଡାରୁ ୨, ମାଲକାନଗିରିରୁ ୨, ବାଲେଶ୍ବରରୁ ୧, ଢେଙ୍କାନାଳ ରୁ ୧ ଓ କନ୍ଧମାଳରେ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତ କୁ ମିଶାଇ ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ହୋଇଛି। ରାଜ୍ୟ ରେ ଆକ୍ଟିଭ୍‌ କେସ୍‌ ୭୩୯ ରହିଥିବା ବେଳେ ୩୦୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୬ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଆଜି ମାଲକାନଗିରି ଜିଲ୍ଲାକୁ ପ୍ରଥମ କରି ଛୁଇଁଛି କରୋନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ