ଗଜପତି ଫେରିଲେ ୩୬୦୨ ପ୍ରବାସୀ ୧୨୯୨ ରୁ ୮୫୦ ନେଗେଟିଭ୍‌,୪୪୨ପୋର୍ଟ ଆସିନାହିଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାକୁ ବାହାର ରାଜ୍ୟରୁ ଆଜି ସୁଦ୍ଧା ୩୬୦୨ ଜଣ ପ୍ରବାସୀ ଫେରିଛନ୍ତି । ସେହିପରି ଗଜପତି ଜିଲ୍ଲାରୁ ମୋଟ ୧୨୯୨ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ଏଥିରୁ ୮୫୦ ଗୋଟି ନେଗେଟିଭ୍ ରହିଥିବା ବେଳେ ୪୪୨ ଗୋଟି ରିପୋର୍ଟ ଆଜି ସୁଦ୍ଧା ପହଞ୍ଚି ନ ଥିବା ସୁଚନା ମିଳିଛି । ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ମିଳିଥିବା ସୁଚନା ଅନୁଯାୟୀ,ଗତକାଲି ଅପରାହ୍ନ ସୁଦ୍ଧା ୩୬୦୨ ଜଣ ପ୍ରବାସୀ ଫେରିଥିଲେ । ଏମାନେ ସମସ୍ତେ ବିଶେଷ କରି ମହାରଷ୍ଟ୍ର,ସୁରତ,କେରଳ,ତାମିଲନାଡୁ,ଆନ୍ଧ୍ର ଓ ତେଲେଙ୍ଗାନାରୁଗଜପତିକୁଫେରିଥିବାକୁହାଯାଇଛିା ଗଜପତିଜିଲ୍ଲାର ଲୁହାଗୁଡି,ଶିକୁଳିପଦର,ପିଣ୍ଡିକି,ରାୟଗଡ,କାଶୀନଗର ଏବଂ ପାରଳାଖେମୁଣ୍ଡି ସହରର ଗଜପତି କଲେଜ ନିକଟସ୍ଥ ଏସଟିଏସସି ହଷ୍ଟେଲ ଆଦିରେ ଖୋଲା ଯାଇଥିବା କ୍ୱାରାଣ୍ଟାଇନ୍‌ରେ ଏମାନଙ୍କୁ ରଖାଯାଇଥିବା ସୁଚନା ଦିଆଯାଇଛି । ସମସ୍ତ କ୍ୱାରାଣ୍ଟାଇନ୍‌ରେ ନିୟମ ଅନୁଯାୟୀ ମାଗଣା ଖାଦ୍ୟପେୟ ସହ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ସମଗ୍ର ଗଜପତି ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ୧୨୯୨ ଜଣଙ୍କ ସ୍ୱାବ ସଂଗ୍ରହ କରି ରିପୋର୍ଟ ପାଇଁ ପଠାଯାଇଥିଲା । ସେଥିରୁ ୮୫୦ ଗୋଟି ନେଗେଟିଭ୍ ଥିବା ବେଳେ ୪୪୨ ଗୋଟି ରିପୋର୍ଟ ପହଞ୍ଚି ନାହିଁ ପ୍ରଶାସନ ତରଫରୁ ଆଜି ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ