ରାଜ୍ୟରେ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଉ ୧୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୨୮୨ରେ ପହଁଚିଛି । ରାଜ୍ୟରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଗଞ୍ଜାମରେ ୫୭, ଖୋର୍ଦ୍ଧାରେ ୨୬, ବଲାଙ୍ଗୀରରେ ୧୧, ଜଗତସିଂହପୁରରେ ୮, ବାଲେଶ୍ୱର, ଯାଜପୁର ଓ ନୟାଗଡ଼ରେ ୭ ଲେଖାଏଁ, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀରେ ୫ ଲେଖାଏଁ, ସୁନ୍ଦରଗଡ଼ରେ ୪, କେନ୍ଦୁଝରରେ ୩ ଓ କଟକରେ ୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ବୌଦ୍ଧ ଓ କୋରାପୁଟରୁ ଜଣେ ମଧ୍ୟ ସୁସ୍ଥ ହୋଇଛନ୍ତି ।
ସୂଚନାଯୋଗ୍ୟଯେ, ରାଜ୍ୟରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ରେ ପହଁଚିଛନ୍ତି । ସେମାନଙ୍କ ମଧ୍ୟରୁ ୨୨୮୨ ସୁସ୍ଥ ହେବା ଏକ ଭଲ ଲକ୍ଷଣ ବୋଲି କୁହାଯାଉଛି । ଅପରପକ୍ଷରେ ଦେଶରେ ମଧ୍ୟ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ