ରାଜ୍ୟର ଅତ୍ୟାଧୁନିକ ସମ-କୋଭିଡ୍‌ ୧୯ ହସପିଟାଲ ଉଦ୍‌ଘାଟିତ

ଭୁବନେଶ୍ବର : କୋଭିଡ୍‌-୧୯ ମୁକାବିଲା ଲାଗି ସୋଆ ବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟରେ ଉଦଘାଟିତ ହୋଇଛି ଅତ୍ୟାଧୁନିକ କୋଭିଡ୧୯ ହସପିଟାଲ। ସମ ହସପିଟାଲ ଦ୍ବାରା ପରିଚାଳିତ ଏହି ହସପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି। ଏଥିରେ ମୋଟ ୫ ଶହ ଶଯ୍ୟା ଥିବା ବେଳେ ୨୦ଟି ଆଇସିୟୁ ମଧ୍ୟ ରହିଛି। ଖୁବ କମ୍‌ ସମୟରେ ଏପରି ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ସୋଆର ପ୍ରତିଷ୍ଠାତା ଏବଂ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଏହି ହସପିଟାଲର ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସହିତ ମଧ୍ୟ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା ମଧ୍ୟ କରିଥିଲେ। ଏହି ଅତ୍ୟାଧୁନିକ କୋଭିଡ ହସପିଟାଲ ସୋଆ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଦୁଇରେ ନିର୍ମାଣ କରାଯାଇଛି। ଏହି ସ୍ବତନ୍ତ୍ର ହସପିଟାଲ ନିର୍ମାଣ କରିବା ପାଇଁ ଭାରତ ସରକାରଙ୍କ ମହାନଦୀ କୋଲଡ ଫିଲଡସ୍ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛି। ମୁଖ୍ୟମନ୍ତ୍ରୀ ସୋଆ ବିଶ୍ବବିଦ୍ୟାଳୟକୁ ଧନ୍ୟବାଦ ଦେବା ସହିତ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ