ରାଜ୍ୟର ପ୍ରଥମ ରେସପନ୍ସ କେନ୍ଦ୍ର ଉଦ୍ଘାଟିତ

ପାରାଦୀପ,(ପିତବାସ ପ୍ରଧାନ): ପାରାଦୀପରେ ଏକ ଆପଦ୍ କାଳୀନ ରେସପନ୍ସ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏହି କେନ୍ଦ୍ର ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଖୋଲାଯାଇ ଥିବା ବେଳେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହାକୁ ଉଦ୍ଘାଟନ କରିଥିଲେ । ପାରାଦୀପର ବିଭିନ୍ନ ଶିଳ୍ପନୁଷ୍ଠାନର ରସାୟନିକ ଦୁର୍ଘଟଣା ରୋକିବା ଦିଗରେ ଏହା କାର୍ଯ୍ୟ କରିବ। ଭବିଷ୍ୟତରେ ଯଦି କୌଣସି ଆପଦ୍ କାଳୀନ ସ୍ଥିତି ଉପୁଜେ ତେବେ ଏହି କେନ୍ଦ୍ର ମାଧ୍ୟମରେ ତୁରନ୍ତ ସମାଧାନ କରାଯାଇ ପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ଆପଦ୍ କାଳୀନ ରେସପନ୍ସ କେନ୍ଦ୍ର ରାଜ୍ୟର ପ୍ରଥମ । ରାଜ୍ୟରେ ବିପଦପୂର୍ଣ୍ଣ ୩୫ ଟି କାରଖାନା ମଧ୍ୟରୁ ପାରାଦୀପରେ ୮ ଟି ରହିଛି । ଏହି କେନ୍ଦ୍ର ନିର୍ମାଣ କରିବା ପାଇଁ ଇଫକୋ ଅର୍ଥ ଖର୍ଚ୍ଚ କରିଥିବା ବେଳେ ପିପିଏଲ ବିଭିନ୍ନ ପ୍ରକାରର ସରଞ୍ଜାମ ଯୋଗାଇ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ