ବଡ଼ମାଧପୁର ଗ୍ରାମଠାରେ ଚାରା ରୋପଣ ଓ ବଂଟନ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମଠାରେ ଶ୍ରୀ ମା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ଶ୍ୟାମାକାଳୀ ୟୁଥ କ୍ଲବ ର ମିଳିତ ଆନୁକୂଲ୍ୟରେ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଂଚଳ ନାହାକଙ୍କ ପୌରହିତ୍ୟରେ ଏକ ଚାରା ରୋପଣ ଓ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲ୍ଲାର ମୁଖ୍ୟ ଯୋଗାଣ ଅଧିକାରୀ ଉମାଶଙ୍କର ପତି ଯୋଗ ଦେଇ ଚାରା ରୋପଣ କରିବା ସହ ଲୋକମାନଙ୍କୁ ଚାରା ବଂଟନ ମଧ୍ୟ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ପତି କହିଥିଲେ ଯେ ବୃକ୍ଷ ହିଁ ଜୀବନ । ବୃକ୍ଷକୁ ମା’ ଭଳି ଯତ୍ନ ନେବା ଆବଶ୍ୟକ । ତେଣୁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଡ଼ମାଧପୁର ସରପଂଚ ଶରତ ଖୁଂଟିଆ, ସମିତିସଭ୍ୟ ଏନ.କ୍ରୀଷ୍ଣା ରେଡ୍ଡି, ଶ୍ରୀ ମା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପରିଚାଳନା କମିଟି ସଭାପତି ତଥା ଅବସରପ୍ରାପ୍ତ ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀ ଟି.ଜାଗା ରାଓ ରେଡ୍ଡି, ରବୀନ୍ଦ୍ର ସ୍ୱାଇଁ, ଧିରେଶ୍ୱର ବିଦ୍ୟାପୀଠର ଶିକ୍ଷକ ଏସ.ଉମାଚରଣ ରେଡ୍ଡି ଓ ଲକ୍ଷ୍ମୀଚରଣ ରେଡ୍ଡି, ଶ୍ୟାମାକାଳୀ ୟୁଥ୍ କ୍ଲବର ସଭାପତି ଏସ.ଯୁଧିଷ୍ଠୀର ରେଡ୍ଡି, ଯୁବନେତା ସପନ ନାହାକ, ୱାର୍ଡ଼ ମେମ୍ବର ବିଜୟ ଗୌଡ଼ ଓ ହୀନ ଖୁଂଟିଆ, ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣାଙ୍କ ସମେତ ବହୁ ବୃକ୍ଷପ୍ରେମୀମାନେ ଉପସ୍ଥିତ ଥିଲେ । ସମସ୍ତେ ଗୋଟିଏ ଗୋଟିଏ ଚାରା ରୋପଣ କରି ଏହାର କିପରି ଯତ୍ନ ନେଇ ହେବ, ସେଥିନିମନ୍ତେ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ