ରାଜ୍ୟ ମୁଖୀଆଙ୍କ ଅଞ୍ଚଳରେ କଙ୍ଗାରୁ କୋର୍ଟ ବାସନ୍ଦ ଦମ୍ପତି ଗଜପତିରେ ଆଶ୍ରିତ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) ରାଜ୍ୟର ମୁଖୀଆ ଓଡି଼ଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳିକାଟୁ ନିର୍ବାଚନର ବଡ଼ଖଣ୍ଡି ଗ୍ରାମରେ କଙ୍ଗାରୁ କୋର୍ଟ ଦ୍ୱାରା ଏକ ପରିବାରକୁ ନିଆଁପାଣି ବନ୍ଦ କରାଯିବା ସହ ଗ୍ରାମରୁ ବାସନ୍ଦ କରାଯାଇଛି । ଭୟରେ ଏହି ପରିବାରର ପୁଅ ତାମିଲନାଡୁର ଚେନ୍ନାଇ ଠାରେ ଆତ୍ମଗୋପନ କରିଥିବା ବେଳେ ପରିବାର ବାପା, ମାଆ (ଦମ୍ପତି) ଗଜପତି ଜିଲ୍ଲାରେ ନିଜ ଝିଅ ଠାରେ ଆଶ୍ରୟ ନେଇଛନ୍ତି । ଏମାନେ ଏସମସ୍ତ ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରଲ କରିଛନ୍ତି । ଏଥିସହ ଏମାନେ ପୋଲିସ, ଗଞ୍ଜାମ ଜିଲ୍ଲାପାଳ, ବିଭିନ୍ନ ଅଧିକାରୀ, ମୁଖ୍ୟମନ୍ତ୍ରୀ ପ୍ରମୁଖଙ୍କୁ ଉଚିତ ନ୍ୟାୟ ପାଇଁ ଚିଠି ଲେଖି ଜଣାଇଥିଲେ । ତେବେ ଘଟଣାଟି ଘଟି ୪ ମାସ ପୁରିବାକୁ ଯାଉଥିଲେ ସୁଦ୍ଧା ଏମାନେ କୌଣସି ଭାବେ ନ୍ୟାୟ ପାଇଁ ନଥିବା ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଗତ ଜୁଲାଇ ୩ତାରିଖ ମଧ୍ୟରାତ୍ରରେ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ବଡ଼ଖଣ୍ଡି ଗ୍ରାମରେ କଙ୍ଗାରୁ କୋର୍ଟ ଆୟୋଜିତ ହୋଇଥିଲା । ଏହି କୋର୍ଟକୁ ସେହି ଗ୍ରାମର ଏକ ପରିବାରର ମୁଖ୍ୟ ନାଡି଼ ଭଗବାନ, ତାଙ୍କ ପତ୍ନୀ ନାଡି଼ ରାଜେଶ୍ୱରୀ ଏବଂ ତାଙ୍କ ପୁଅ ନାଡି଼ ବିଦ୍ୟାଧର ୩ଜଣଙ୍କୁ ଡକାଯାଇଥିଲା । ସେହି ଗ୍ରାମର ୭ଜଣ ମୁଖୀଆଙ୍କ ଦ୍ୱାରା ଏହି କଙ୍ଗାରୁ କୋର୍ଟ ଆୟୋଜିତ ହୋଇଥିଲା ବୋଲି ବର୍ତ୍ତମାନ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଲକ୍ଷ୍ମୀପୁର ଗ୍ରାମରେ ଝିଅ ଠାରେ ଆଶ୍ରୟ ନେଇଥିବା ବୃଦ୍ଧ ଦମ୍ପତି ନାଡି଼ ଭଗବାନ, ନାଡି଼ ରାଜେଶ୍ୱରୀ ଅତ୍ୟନ୍ତ ଦୁଖଃରେ ଲୋତକପୂର୍ଣ୍ଣ ଚକ୍ଷୁରେ କହିଛନ୍ତି ଯେ, ଆମ ଝିଅ ନାଡି଼ ମମତା ଆମ ବଡ଼ଖଣ୍ଡି ଗ୍ରାମର ପି. ଜଗବନ୍ଧୁଙ୍କ ସହ ଗତ କିଛି ବର୍ଷ ତଳେ ବିବାହ ସଂପନ୍ନ ହୋଇଥିଲା । ମୋ ଝିଅ ଗଜପତି ଜିଲ୍ଲାର ଲକ୍ଷ୍ମୀପୁର ଗ୍ରାମରେ ସରକାରୀ ଆବାସିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଏମାନଙ୍କ ଏକ ଶିଶୁପୁତ୍ର ମଧ୍ୟ ରହିଛି । ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ କେତେକ କାରଣ ଯୋଗୁଁ ମତାନ୍ତର ରହିଛି । ଏମାନଙ୍କ ବ୍ୟକ୍ତିଗତ ମତାନ୍ତର କାରଣକୁ ମୁଖ୍ୟ କରି କଙ୍ଗାରୁ କୋର୍ଟ ଏକ ପାଖିଆ ଭାବେ ମୋ ଝିଅ ସରକାରୀ ଚାକିରୀ ଛାଡି ନିଜ ସ୍ୱାମୀ ସହ ରହିବା ପାଇଁ ବାଧ୍ୟ କରିଥିଲେ । ଏହାକୁ ଅମାନ୍ୟ କଲେ ଗ୍ରାମରୁ ବାସନ୍ଦ କରାଯିବା ସହ ନିଆଁପାଣି ସବୁ କିଛି ବନ୍ଦ କରାଯିବ ବୋଲି ଧମକ ଦେଇଥିଲେ । ଏହି ଘଟଣା ନେଇ ଝିଅ ମମତାକୁ ଜଣାଇଲୁ । ଝିଅ ମମତା ଥିରେ ଦୁଃଖ ପ୍ରକାଶ କରି ମୋବାଇଲ ଯୋଗେ କଙ୍ଗାରୁ କୋର୍ଟ ଆୟୋଜକମାନଙ୍କୁ ଅନୁରୋଧ କରି କହିଥିଲେ ଯେ, ମୋର ବ୍ୟକ୍ତି କାରଣ ନେଇ ମୋ ପିତାମାତା ଓ ମୋ ଭାଇଙ୍କୁ ଏଭଳି ଆଚରଣ କରିବା ଠିକ୍ ନୁହେଁ । ଏମାନେ ଯେଭଳି ପରିବାର ପରିପୋଷଣ କରୁଥିଲେ ସେଭଳି ଭାବେ ସେମାନେ ଗ୍ରାମରେ ବଞ୍ଚିରହିବା ପାଇଁ ସହଯୋଗ କରାଯାଉ । ତେବେ, କଙ୍ଗାରୁ କୋର୍ଟର ଆୟୋଜକମାନେ ଏଥିରେ ରାଜି ହୋଇ ନଥିଲେ । ପରେ ଗ୍ରାମରେ ଧେଣ୍ଡୁରା ମରାଯାଇ କୁହାଗଲା ଯେ, ଏହି ପରିବାରକୁ ବାସନ୍ଦ କରାଯାଇଛି । ଏମାନଙ୍କୁ ଗ୍ରାମର ଦୋକାନ, ବଜାର, ନିଆଁପାଣି ସବୁ କିଛି ମନା । ଏମାନଙ୍କୁ ଯଦି କେହି ସହଯୋଗ କରନ୍ତି ସେମାନେ ବି ଉଚିତ ଦଣ୍ଡ ପାଇବେ । ଏଥିସହ ୫ହଜାର ୫ଶହ ଟଙ୍କା ଜରିମାନା ମଧ୍ୟ ଧାର୍ଯ କରାଯାଇଥିଲା । ଏଭଳି ଘଟଣା ନେଇ ଆମ୍ଭେମାନେ ଅତ୍ୟନ୍ତ ଭୟଭିତ ହେଲୁ । ପୁଅ ବିଦ୍ୟାଧର ଭୟରେ ଗ୍ରାମ ଛାଡି ରାଜ୍ୟ ବାହାରକୁ ଚାଲିଗଲା । ଆମ୍ଭେ ଦୁଇ ଜଣେ ପ୍ରାଣ ରକ୍ଷା ପାଇଁ କୌଣସି ରାସ୍ତା ନପାଇ ଝିଅ ଚାକିରୀ କରୁଥିବା ଲକ୍ଷ୍ମୀପୁର ଗ୍ରାମକୁ ଆସି ଭୟରେ କାଳତିପାତ କରିଆସୁଛୁ । ବର୍ତ୍ତମାନ ଏହି ଘଟଣା ଘଟି ୪ମାସ ବିତିବାକୁ ଯାଉଛି । ତଥାପି ଆମେ ଆମ ଘରକୁ ଫେରିପାରିଲୁ ନାହିଁ । ପୂର୍ବଭଳି ଆମ ଗ୍ରାମରେ ଆମେ ବସବାସ କରିବା ପାଇଁ ସମସ୍ତ ସୁବିଧା ସୁଯୋଗ ଦିଆଯାଉ ବୋଲି ଆମେ ନିବେଦନ କରୁଛି । ଏମାନଙ୍କ ଝିଅ ତଥା ଶିକ୍ଷୟତ୍ରୀ ମମତା ଏଘଟଣା ନେଇ ଅତ୍ୟନ୍ତି ଦୁଃଖ ପ୍ରକାଶ କରିବା ସହ ଆଜି କାଲିର ଦିନରେ ଏଭଳି କଙ୍ଗାରୁ କୋର୍ଟ କରାଯାଇ ସାମାଜିକ ବାସନ୍ଦ କରାଯିବା ଦୁଃଖଦାୟକ ଘଟଣା । ବାହା ହୋଇ ଶାଶୁଘର ଚାଲି ଯାଇଥିବା ଝିଅ ପାଇଁ ବାପାମାଆଙ୍କୁ ବିନାକାରଣରେ ଦଣ୍ଡ ଦିଆ ନଯାଉ ମମତା ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ