ରାଜ୍ୟସଭାକୁ ମନୋନୀତ ହେଲେ ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ
ନୂଆଦିଲ୍ଲୀ : ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ମନୋନୀତ ସଦସ୍ୟ ଭାବରେ ଦେଶର ୪୬ତମ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ମନୋନୟନ ନେଇ ସୋମବାର ଦିନ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କ ପକ୍ଷରୁ ରଞ୍ଜନ ଗୋଗୋଇଙ୍କୁ ସୋମବାର ଦିନ ମନୋନୀତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶର ୪୬ତମ ମୁଖ୍ୟ ବିଚାରପତି ଗୋଗୋଇ ୩ ଅକ୍ଟୋବର ୨୦୧୮ରେ ଦାୟିତ୍ବ ଗ୍ରହଣ କରିଥିବା ବେଳେ ୧୭ ନଭେମ୍ବର ୨୦୧୯ରେ ନିଜ ପଦରୁ ଅବସର ଗ୍ରହଣ କରିଥିଲେ ।