‘ରାଜ୍ୟସଭା’ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଲା ପାଇକ ମହାସଂଘ

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ଓଡ଼ିଶାରୁ ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏ ଆସନରେ ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହଙ୍କୁ ପ୍ରାର୍ଥୀ କରିବାକୁ ମହାସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଓଡ଼ିଶା ଜନସଂଖ୍ୟାର ୫୨ଭାଗ ହେଉଛନ୍ତି ପାଇକ ସମ୍ପ୍ରଦାୟର ଅର୍ଥାତ୍ ପାଇକମାନେ ପଛୁଆ ବର୍ଗ ଓ ଅର୍ଥନୈତିକ ପଛୁଆବର୍ଗ ସମ୍ପ୍ରଦାୟ ପାଇଁ ରାଜ୍ୟ ସରକାର ନିକଟରେ ଓବିସି କମିଶନ ଗଠନ କରିଛନ୍ତି ଏହାକୁ ମହାସଂଘ ସ୍ୱାଗତ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଦଳମତ ନିର୍ବିଶେଷରେ ଏହି ସମ୍ପ୍ରଦାୟର ପଛୁଆବର୍ଗ ଓ ଏସ୍‌.ଇ.ବି.ସି. ସମ୍ପ୍ରଦାୟରୁ ରାଜ୍ୟସଭାରେ ପ୍ରତିନିଧି କରିବାର ସୁଯୋଗ ଦେଲେ ଏହା ପାଇକମାନଙ୍କ ପ୍ରତି ଏକ ଶ୍ରେଷ୍ଠ ଉପହାର ହେବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ପାଇକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉନ୍ନତି ପଥରେ ଅଗ୍ରସର ହେଉଥିବା ସମୟରେ ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ପାଇକ ମହାସଂଘର ଦାବିକୁ ଗ୍ରହଣ କରି ଅଶୋକ ପାଲଟାସିଂହଙ୍କୁ ପ୍ରାର୍ଥୀ କରନ୍ତି ତେବେ ପାଇକ ଜାତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ଦିଲ୍ଲୀ ଦରବାରରେ ପ୍ରକାଶ କରିପାରିବ ବୋଲି ଆଜି ଏହି ମର୍ମରେ ମହାସଂଘର ରାଜ୍ୟ ଉପଦେଷ୍ଟା ପ୍ରଫେସର ଗାୟନ ସାମଲ, ପାଇକ ମହାରଥୀ ତଥା ଶିଳ୍ପପତି ଗୀମସେନ ବିଶ୍ୱାଳ, ସ୍ତମ୍ଭକାର ବିଭୂତି ଭୂଷଣ ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ଭୁବେନଶ୍ୱର ସଭାପତି ଅଜୟ ନାଏକ, ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ, ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିୟାର ସିଂହ, ଦଳବେହେରା ମନୋରଞ୍ଜନ ପଶ୍ଚିମକବାଟ, ପାଇକ ବିଶାରଦ କେଦାର ଦାସ, କଟକ ସଭାପତି ରାଜକିଶୋର ବେହେରା, ଢେଙ୍କନାଳ ସଭାପତି ନବ ସାମଲ, ଅନୁଗୁଳ ସଭାପତି ରଞ୍ଜନ ବିଶୋଇ, ଜଗତସିଂହପୁର ସଭାପତି ବିଦ୍ୟାଧର ନାଏକ, ପାଇକ ଗୁରୁ ଭାସ୍କର ସୁନ୍ଦରାୟ ପ୍ରମୁଖ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ