ରାଜ୍ୟସଭା ଯିବେ ଦିବ୍ୟଶଙ୍କର….
ଭବାନୀପାଟଣା, (ରଜନୀକାନ୍ତ ମିଶ୍ର) :-ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ବିଜୁଜନତା ଦଳ ଯେତେ ବଦନାମ ହୋଇଛନ୍ତି ତାହା ଓଡିଶା ଇତିହାସରେ କେବେ ଘଟିନଥିଲା ତେବେ ଘଟଣାର ସତ୍ୟାସତ୍ୟ ଥାଉ ଅବା ନଥାଉ ଦିବ୍ୟଙ୍କ ପାଇଁ ବିଜେଡି ବିଭିନ୍ନ ରାଜନୈତିକ ଦଳଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ଠାରେ ଯେତେ ବଦନାମ ଓ ଲଜ୍ଜିତ ହୋଇଛି । ଲୋକଙ୍କ ନଜରରୁ ବିଜେଡି ଦଳ ଉପରେ ଲାଗିଥିବା ମଳିନକୁ ଲିଭାଇବା ପାଇଁ ଦିବ୍ୟଶଙ୍କର ଙ୍କୁ ମନ୍ତ୍ରୀ ପଦରୁ ହଟାଇ ରାଜ୍ୟସଭାକୁ ବିଜେଡି ସୁପ୍ରିମୋ ପଠାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ନିକଟରେ ଓଡ଼ିଶାର ଚାର ଗୋଟି ରାଜ୍ୟସଭା ପଦ ଖାଲି ହୋଇଥିବା ବେଳେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ଙ୍କୁ ରାଜ୍ୟସଭା ପଠାଇବା ଯୋଜନା କରୁଛି ବିଜେଡି । ଗତ ଏକ ବର୍ଷ ହେଲା ବିଭିନ୍ନ ରାଜନୈତିକ ଦଳ ବିଶେଷ କରି ଭାରତୀୟ ଜନତା ପାର୍ଟି ବିଭିନ୍ନ ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କୁ ଘେରିବାକୁ ଯାଇ ବିଜେଡିକୁ ମଧ୍ୟ ଟାର୍ଗେଟ କରୁଛି ଏହାଛଡା ଓଡିଶାରୁ ୱେସ୍କୋ ଟାଟା ପାୱାର ହାତକୁ ଚାଲିଗଲା ପରେ ବିଦ୍ୟୁତ କାଟ ଓ ବର୍ଦ୍ଧିତ ବିଦ୍ୟୁତ ବିଲକୁ ନେଇ ମଧ୍ୟ ସାଧାରଣରେ ଶକ୍ତି ଓ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ମୁଖ୍ୟତ ଦାୟୀ ବୋଲି ବିବେଚନା କରୁଛନ୍ତି ସାଧାରଣ ଲୋକେ । ଏଭଳି ପରିସ୍ଥିତିରେ ମନ୍ତ୍ରୀ ଯେଉଁ ଆଡେ ଗଲେ ବିରୋଧର ସଂମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏପରିକି ଦିବ୍ୟଶଙ୍କର ଙ୍କ ପାଇଁ ଓଡିଶା ର ସମସ୍ତ କୋଣ ଅନୁକୋଣରେ ଅନ୍ୟ ମନ୍ତ୍ରୀ ଓ ନେତାମାନେ ଅଣ୍ଡା ମାଡ଼ ଓ କଲପତାକା ପ୍ରଦର୍ଶନର ଶିକାର ହୋଇଥିଲେ । ଗତ ପୌର ନିର୍ବାଚନରେ ଖୋଦ ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ ରେ ଇଜେଡି ହାରିବା ମନ୍ତ୍ରୀଙ୍କ ପ୍ରତି ଜନସାଧାରଣ ଙ୍କ ଆକ୍ରୋଶ ସାଧାରଣରେ ଅନୁମେୟ ।ଏହାଛଡା ମନ୍ତ୍ରୀ କେବଳ ନିଜ ସ୍ୱାର୍ଥ ଓ ଆଗାମୀ ନିର୍ବାଚନ କୁ ଦୃଷ୍ଟିରେ ରଖି କେବଳ ନିଜ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ କୁ ବିଶେଷ ଧ୍ୟାନ ଦେଉଥିବା ବେଳେ କଳାହାଣ୍ଡି ଜିଲ୍ଲାର ଅନ୍ୟ ନିର୍ବାଚନ ମଣ୍ଡଳୀ କିମ୍ବା ଓଡ଼ିଶାର ଅନେକ ଦୁର୍ଗମ ସ୍ଥାନକୁ ତାଙ୍କର ଦୃଷ୍ଟି ନପଡିବା ଭଳି ଘଟଣା ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ଏହାଛଡା ନିଜେ ମନ୍ତ୍ରୀ ମଧ୍ୟ ରାଜ୍ୟସଭା କୁ ଯିବାକୁ ବେଶ ଇଛୁକ ବୋଲି ମଧ୍ୟ ଦଳୀୟ କର୍ମୀ ମହଲରେ ଚର୍ଚ୍ଚା ଚାଲିଛି । କାରଣ ମନ୍ତ୍ରୀ ମଧ୍ୟ ବିଭିନ୍ନ ବିବାଦରେ ଛନ୍ଦି ହୋଇ ଦଳୀୟ କର୍ମୀ ଓ ସାଧାରଣରେ ବଦନାମ ହୋଇ ଥିବା ବେଳେ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହେଲେ ଯଦି ତାଙ୍କ ହାତରୁ ଗୃହରାଷ୍ଟ୍ର ମନ୍ତ୍ରୀ କାଢି ନିଆଯିବ ତେବେ ସେ ମଧ୍ୟ ଏକ ପ୍ରକାର ବଦନାମ ହେଲାଭଳି କଥା ଆସିବ ତେଣୁ ଖୋଦ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରାଜ୍ୟସଭା କୁ ଯିବାକୁ ତତ୍ପର ବୋଲି ଜଣା ପଡ଼ିଛି । ଏଭଳି ହେଲେ ମନ୍ତ୍ରୀଙ୍କ ଦେହରେ ବିରୋଧି ଲଗାଇଥିବା କଳା ଦାଗ ଧୋଇଯିବା ସହ ସାପବି ମରିବ ଓ ଲାଠି ମଧ୍ୟ ଭାଙ୍ଗିବ ନାହିଁ ଭଳି କଥା ହେବ । ତେବେ ହାଇ କମାଣ୍ଡ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଭଳି ଅତି ଚର୍ଚ୍ଚିତ ମନ୍ତ୍ରୀ ମାନଙ୍କୁ କିଭଳି ଥଇଥାନ କରି ନିଜ ସ୍ଵଛତା ପ୍ରତିପାଦନ କରୁଛନ୍ତି ତାହା ଦେଖିବାକୁ ରହିଲା ।


