ରାଜ୍ୟସଭା ସାଂସଦ ହେବା ପରେ କ’ଣ କାମ କରିବେ, ପୂରା ପ୍ଲାନ କହିଲେ ହରଭଜନ ସିଂହ

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ଆମ୍ ଆଦମୀ ପାର୍ଟିର ପାଞ୍ଚ ଜଣ ପ୍ରାର୍ଥୀ ପଞ୍ଜାବରୁ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିରେ ପୂର୍ବତନ କ୍ରିକେଟର ହରଭଜନ ସିଂହ, ପଞ୍ଜାବର ସହ ପ୍ରଭାରୀ ରାଘବ ଚଡ୍ଡା, ଡା. ସନ୍ଦୀପ ପାଠକ, ସଞ୍ଜୀବ ଅରୋରା ଏବଂ ଅଶୋକ ମିତ୍ତଲଙ୍କ ନାମ ସାମିଲ୍। ନାମାଙ୍କନ ପତ୍ର ଦାଖଲ କରିବାର ସମୟ ସୀମା ଆଜି ଦିନ ୩ଟା ଯାଏଁ ଥିଲା।ତେବେ ଏ ପର୍ଯ୍ୟନ୍ତ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି । ଆପ୍‌ ପକ୍ଷରୁ ରାଜ୍ୟସଭା ପାଇଁ ମନୋନୀତ ହରଭଜନ ସିଂହ ଭବିଷ୍ୟତର ଯୋଜନା ବିଷୟରେ କହିଛନ୍ତି। ଦ ଟ୍ରିବ୍ୟୁନ ସହ ଆଲୋଚନା ସମୟରେ ସେ କହିଛନ୍ତି ଯେ, ଆପ୍ ତାଙ୍କୁ ଏକ ଦାୟିତ୍ଵ ଦେଇଛି ଏବଂ ସେ ଏହାକୁ ପୂରା କରିବେ। ସର୍ବପ୍ରଥମେ ସେ କ୍ରୀଡାକୁ ଅଧିକ ପ୍ରୋତ୍ସାହନ ଦେବେ। ସିଂହ କ୍ରିକେଟ୍ କ୍ୟାରିୟର ୧୯୯୮ରୁ ଆରମ୍ଭ କରିଥିଲେ। ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୧୬ରେ ଖେଳିଥିଲେ। କିନ୍ତୁ ସେ କ୍ରିକେଟରୁ ୨୦୨୧ରେ ଆନୁଷ୍ଠାନିକ ଅବସର ଘୋଷଣା କରିଥିଲେ । ପଞ୍ଜାବର ରାଜ୍ୟସଭା ଆସନ ସଂଖ୍ୟା ସାତ। ଏଥିରୁ ପାଞ୍ଚ ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୯ରେ ସମାପ୍ତ ହେଉଛି। ପଞ୍ଜାବ ବିଧାନସଭା ନିର୍ବାଚନରେ ୧୧୭ ଆସନରୁ ଆପ୍ ୯୨ଟିରେ ବିଜୟ ହାସଲ କରି ସରକାର ଗଢିଛି। ଦଳକୁ ଏବେ ଏହାର ଫାଇଦା ରାଜ୍ୟସଭାରେ ମିଳିବାକୁ ଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ