ରାଜ୍ୟସ୍ତରୀୟ ଗୋପବନ୍ଧୁ ଜୟନ୍ତୀ ସମାରୋହ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ତଥା ଶିକ୍ଷା ଅନୁଷ୍ଠାନ ପଞ୍ଚାଶଖା ସ୍ମୃତି ସଂସଦ, ପୂଣ୍ୟ ଉତ୍କଳ ଫାଉଣ୍ଡେସନ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଫରେଷ୍ଟ ପାର୍କ, ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ ରାଜ୍ୟସ୍ତରୀୟ ୧୪୪ତମ ଗୋପବନ୍ଧୁ ଜୟନ୍ତୀ ସମାରୋହ-୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉଦ୍‌ଘାଟକ ଭାବେ ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ମାନ୍ୟବର ସଦସ୍ୟ, ଓଡ଼ିଶା ଲୋକସେବା ଆୟୋଗ ତଥା ପୂର୍ବତନ ପଶ୍ଚିମାଞ୍ଚଳ ରାଜସ୍ୱ ମଣ୍ଡଳ, ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରବିନାରାୟଣ ସେନାପତି, ମାନ୍ୟବର ପୂର୍ବତନ ନିର୍ବାଚନ ଆୟୁକ୍ତ, ଓଡ଼ିଶା, ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ମନୋରଞ୍ଜନ ମହାପାତ୍ର, ଅଧ୍ୟକ୍ଷ, ପୂଣ୍ୟ ଉତ୍କଳ ତଥା ସମ୍ପାଦକ ସାଇଦର୍ଶନ, ବିଶିଷ୍ଟ ଅତିଥି ଭାବେ ଶ୍ରୀଯୁକ୍ତ ଗୋପବନ୍ଧୁ ମଲ୍ଲିକ, ପୂର୍ବତନ ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ, ସ୍ୱତନ୍ତ୍ର ଅତିଥି ଭାବେ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମନ୍ତ୍ରୀ, ବରିଷ୍ଠ ପ୍ରଶାସକ ତଥା ମୁଖ୍ୟ ସଂଯୋଜକ, ସମାଜ, ସଭାପତି ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରମୁଖ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ଭାରତ ବେହେରାଙ୍କୁ ରାଜ୍ୟସ୍ତରୀୟ ଗୋପବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅତିଥିମାନେ ତାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ