ରାଜ୍ୟସ୍ତରୀୟ ତାଇକୋଣ୍ଡୁ ପ୍ରତିଯୋଗୀତାରେ ଗଜପତି ଜିଲ୍ଲାର ସଫଳତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କଟକ ସହରର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଠାରେ ୧୩ ଜାନୁଆରୀ ଠାରୁ ୧୫ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ତାଇକୋଣ୍ଡୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ମୋଟ ରେ ପ୍ରାୟ ୭୫୦ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ । ଏବଂ ଗଜପତି ଜିଲ୍ଲାର ଜିଲ୍ଲା ତାଇକୋଣ୍ଡୁ ଏକାଡେମୀ ଅନୁଷ୍ଠାନ ତରଫରୁ ମୋଟ ୩୮ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୧୩ ଜଣ ବାଳିକା ଓ ୨୫ ଜଣ ବାଳକ ଯୋଗ ଦେଇଥିଲେ । ସେଥିରୁ ୮ ଗୋଟି ସ୍ବର୍ଣ୍ଣପଦକ, ୩ ଗୋଟି ରୌପ୍ଯ ପଦକ ଏବଂ ୧୦ ଗୋଟି ବ୍ରୋଞ୍ ପଦକ ହାସଲ କରିଥଲେ ।ଏହି ପ୍ରତିଯୋଗିତାରେ ଯେଉଁ ପ୍ରତିଯୋଗୀମାନେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି ସେମାନେ ଆସନ୍ତା ଫେବୃୟାରୀ ରେ ହେବାକୁ ଥିବା ଜାତୀୟ ସ୍ତର ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ ।ତେଣୁ ଆପଣଙ୍କୁ ବିନୀତ ଅନୁରୋଧ କରୁଅଛୁ କି ଯେ, ଆପଣ ଆମ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଏହି ଖବର କୁ ସମ୍ବାଦ ମାଧ୍ୟମରେ ପ୍ରକାଶ ଓ ପ୍ରସାରଣ କଲେ ଆମେ ଚିର ଉପକୃତ ହେବୁ।ଏହି କାର୍ଯ୍ଯକ୍ରମ ରେ ଜିଲ୍ଲା ତାଇକୋଣ୍ଡୁ ଏକାଡେମୀ ର ସମ୍ପାଦକ ତଥା ପ୍ରଶିକ୍ଷକ ମାଷ୍ଟର କାର୍ତ୍ତିକ ଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ବାବଧାନରେ ସହ ସମ୍ପାଦକ ଶ୍ରୀ ଗଣେଶ ଚନ୍ଦ୍ର ମହାପାତ୍ର ଓ ଅନୁଷ୍ଠାନ ର ବରିଷ୍ଠ ଛାତ୍ର ତଥା ସହ ପ୍ରଶିକ୍ଷକ ରାଜୁ ପାଡାଲ୍ ଓ ନାଗେଶ୍ବର ମହାପାତ୍ର ସମସ୍ତ ଦାୟୀତ୍ବ ତୁଲାଇଥିଲେ ।


