ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ନୃତ୍ୟମ ଅନୁଷ୍ଠାନର ସଞ୍ଚିତା ପ୍ରଥମ
ହିଞ୍ଜିଳିକାଟୁ, (ୱାଇଏନଏସ): ଲକଡ଼ାଉନ ସମୟରେ ରାଜ୍ୟ ଓ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରତିଭା ଅନ୍ୱେଷଣ ପାଇଁ ଅନଲାଇନ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ରାଜଧାନୀ ଭୂବନେଶ୍ୱରର ପ୍ରଜ୍ଞା ନୃତ୍ୟାୟନ ପକ୍ଷରୁ ରାଜ୍ୟସ୍ତରୀୟ କ୍ଳାସିକାଲ, ମଡ଼ର୍ଣ୍ଣ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୪ରୁ ୧୫ ବର୍ଷ ଶିଶୁଙ୍କ ସକାଶେ ରାଜ୍ୟସ୍ତରୀୟ କ୍ଳାସିକାଲ ନୃତ୍ୟ ନବ ପ୍ରତିଭା (ନ୍ୟୁ ଟାଲେଂଟ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ସ୍ଥାନୀୟ ନୃତ୍ୟମ ନୃତ୍ୟ ଶିକ୍ଷାନୁଷ୍ଠାନର ଛାତ୍ର ସଂଚିତା ପାତ୍ର ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କାର ସ୍ୱରୁପ ପ୍ରମାଣପତ୍ର ଓ ସିଲ୍ଡ ଗ୍ରହଣ କରିଛନ୍ତି । ଛାତ୍ରୀଙ୍କ ସଫଳତା ପାଇଁ ଅଂଚଳର ବବିଭିନ୍ନ ମହଲରୁ ଶୁଭେଛା ଓ ପ୍ରଂଶସାର ସୁଅ ଛୁଟିଛି । ନୃତ୍ୟମ ନେନ୍ସ ଏକାଡ଼େମୀର ପରିଚାଳକ କୃଷ୍ଣଚନ୍ଦ୍ର ସାହୁ, ନୃତ୍ୟ ଗୁରୁ ମାନସ ରଞ୍ଜନ ରଥଙ୍କ ଅବଦାନକୁ ଶ୍ରେୟ ପ୍ରଦାନ କରିଛନ୍ତି ଛାତ୍ରୀ ସଂଚିତା । ଭବିଷ୍ୟତରେ ରାଷ୍ଟ୍ରୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରିବା ସକାଶେ ସଂଚିତା ଆଶାବଦୀ ଥିବା କହିଛନ୍ତି । ଅନ୍ୟପକ୍ଷରେ ରାଷ୍ଟ୍ରୀୟସ୍ତର ପ୍ରତିଯୋଗିତାରେ ମଧ୍ୟ ସଂଚିତା ସଫଳ ହେବେ ବୋଲି ଅନୁଷ୍ଠାନର ପରିଚାଳକ ସାହୁ କହିଛନ୍ତି ।