ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା): ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଅଲ୍ ଓଡିଶା ରାଜ୍ୟ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଛତ୍ରପୁର ଠାରେ ଆୟୋଜନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିନିମନ୍ତେ ଓଡିଶା ଫୁଟବଲ ଅସୋସିଏସନ ପକ୍ଷରୁ ଅନୁମତି ମିଳିସାରିଛି । ଏହି ପ୍ରତିଯୋଗିତାରେ ବଲାଙ୍ଗୀର, କୋରାପୁଟ,ସମ୍ବଲପୁର,ଖୋର୍ଦ୍ଦା-ଜଟଣୀ,ସୁନ୍ଦରଗଡ ଓ ଗଞ୍ଜାମ ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଜିଲ୍ଲାର ଟିମ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପୂର୍ବତନ ସରପଂଚ ପ୍ରଦୀପ କୁମାର ଦାସ (ପଦିଆ) ଙ୍କ ପୌରହିତ୍ୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଓଡିଶା ଫୁଟବଲ ଅସୋସିଏସନର ସଭ୍ୟ ମନୋଜ କୁମାର ମଲ୍ଲିକ , ପୂର୍ବତନ କାଉନସିଲର ଟି.ଚନ୍ଦ୍ର ଶେଖର ରାଓ ଓ ବି.ରାଜିବାବୁ , କ୍ରିଡାବିତ୍ ପୂର୍ଣ୍ଣଚନ୍ଦ୍ର ବେହେରା, ନବୀନ ବେହେରା, ଏ.ଭେଙ୍କେଟ ରାଓ ଦୋରା, ରୋଟାରିଆନ୍ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଏ.ରାବଣା ରାଓ,ବିଜେଡି ନେତା ଅହିଭୂଷଣ ସାହୁ ଓ ପୋଡାପଦର ସରପଂଚ ପିତାମ୍ବର ପଣ୍ଡାଙ୍କ ସମେତ ବହୁ ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମର ପ୍ରତିନିଧୀ ମାନେ ଉପସ୍ଥିତ ରହି ଛତ୍ରପୁର ଠାରେ ହେବାକୁ ଥିବା ଅଲ ଓଡିଶା ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ କିପରି ଚିତାକର୍ଷକ ଢଙ୍ଗରେ ପାଳନ କରାଯିବ ସେଥି ନିମନ୍ତେ ଆଲୋକପାତ କରିଥିଲେ । ଏନେଇ ଗୁରୁବାର ଏକ କମିଟି ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କୁ ଭେଟି ଟୁର୍ଣ୍ଣାମେଣ୍ଟ ସଂପର୍କରେ ଦୃଷ୍ଟି ଆକର୍ଷଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ