ରାଜ୍ୟସ୍ତରୀୟ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍‌) : ଦ୍ୱିତୀୟ ବାର୍ଷିକ ଶ୍ରୀକୃଷ୍ଣ ବିଶ୍ୱାଳ ମେମୋରିଆଲ ଫୁଟ୍ ଭଲି ଟୁର୍ଣ୍ଣାମେଣ୍ଟଣ୍ଟ ସ୍ଥାନୀୟ ମୁମତାଜ ଅଲ୍ଲୀ ହାଇସ୍କୁଲ୍ ଖେଳପଡ଼ିଆରେ ସିଟିକ୍ଲବ ନୟାପଲ୍ଲୀ ଓ ଫୁଟ୍ ଭଲି ଆସୋସିଏସନ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ସଂଗଠକ ଶ୍ରୀଯୁକ୍ତ ନବ ରଞ୍ଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ କରିଛନ୍ତି । ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର ଶ୍ରୀଯୁକ୍ତ ନବକିଶୋର ବେହେରା, ଓଡ଼ିଶା ଫୁଟ୍ ଭଲି ସମ୍ପାଦକ ପ୍ରସନ୍ନ କୁମାର ରାଉତ, ବିଶିଷ୍ଟ କ୍ରୀଡ଼ା ସଂଗଠକ ସହଦେବ ରାଉତ, ନୟାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ନଟବର ସାମନ୍ତରାୟ, ଯୁଗ୍ମ ସମ୍ପାଦକ ସମରେନ୍ଦ୍ର ଜେନା, ନିରଞ୍ଜନ ସାହୁ, ଦେବାଶିଷ ନାୟକ ଏବଂ ଜଲିଲ୍ ଖାନ ପ୍ରମୁଖ ତାଙ୍କ ମୂଲ୍ୟବାନ ମନ୍ତବ୍ୟ ଦେଇଥିଲେ । ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣ ଯଥା କଟକ ସିଟି, ଭୁବନେଶ୍ୱର, ଖୋର୍ଦ୍ଧା, ଭଦ୍ରକ, କନ୍ଧମାଳ, ଢେଙ୍କାନାଳ, କଟକ ଓ ଯାଜପୁର ମୋଟ ୮ଗୋଟି ପୁରୁଷ ଓ ମହିଳା ଦଳ ଯୋଗ ଦେଇଛନ୍ତି । ଉକ୍ତ ଖେଳକୁ ପରିଚାଳନା କରିବା ପାଇଁ ସନ୍ଦିପ କୁମାର ପାତ୍ର, ପଞ୍ଚାନନ ବଳ, ସୁଦାମ ଚରଣ ମିଶ୍ର, ରଶ୍ମିତା ମହାନ୍ତି, ଜିଆଉଦ୍ଦିନ ଖାଁ ପ୍ରମୁଖ ପରିଚାଳକମାନେ ଉପସ୍ଥିତ ଅଛନ୍ତି । କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ସିଟି କ୍ଲବର ସମ୍ପାଦକ ପ୍ରଦୀପ କୁମାର ରାଉତରାୟ, ତପନ କୁମାର ଭଞ୍ଜ, ଯୋଗେନ୍ଦ୍ର ନାଥ ଜେନା, ତ୍ରିନାଥ ମଙ୍ଗରାଜ, ନିରଞ୍ଜନ ସାହୁ, ନିରଞ୍ଜନ ପାତ୍ର, ଅରୁଣ କୁମାର ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଛନ୍ତି । ଆସନ୍ତାକାଲି ଅପରାହ୍ନ ୪ ଘଟିକା ସମୟରେ ଉଦ୍‌ଯପାନୀ ଉତ୍ସବ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ