ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକମାନଙ୍କୁ ଡ଼ିଜିଟାଲ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର,: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଜଗବନ୍ଧୁ ଜରାଶ୍ରମ’ ଏବଂ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ଆନୁକୁଲ୍ୟରେ ଦୁଇଦିନିଆ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକମାନଙ୍କୁ ଡ଼ିଜିଟାଲ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ, ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର-ମଧ୍ୟ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା, ପୋଲିସ୍ କମିଶନର ଶ୍ରୀଯୁକ୍ତ ସୁଧାଂଶୁ ଷଡ଼ଙ୍ଗୀ, ରାଜ୍ୟ ପୋଲିସ୍ ଅପରାଧ ନଥି ସଂସ୍ଥାର ଡ଼ିଏସ୍ପି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି, ବରିଷ୍ଠ ନାଗରିକ ମହାସଂଘର ସଭାପତି ଶ୍ରୀଯୁକ୍ତ କୃପାସିନ୍ଧୁ ସାହ, ସମ୍ପାଦକ ଡଃ ପ୍ରସନ୍ନ କୁମାର ଦାସ, ଉପସଭାପତି ଇଂ କୃଷ୍ଣଚନ୍ଦ୍ର ସାହୁ, ହେଲ୍ପ ଏଜ୍ ଇଣ୍ଡିଆ, ଓଡ଼ିଶା ଶାଖାର ମୁଖ୍ୟ ଭାରତୀ ଚକ୍ର, ରୋଟାରୀ କ୍ଲବ ଭୁବନେଶ୍ୱରର ସଭାପତି ଶ୍ରୀଯୁକ୍ତ ପ୍ରଭାତ ଶତପଥୀ, ଭାରତୀୟ ଷ୍ଟେଟବ୍ୟାଙ୍କ (ଲୋକାଲ ମୁଖ୍ୟ କାର୍ଯ୍ୟାଳୟ)ର ଅଧିକାରୀ ସନ୍ତୋଷ କୁମାର ଜେନା, ୟୁକୋ ବ୍ୟାଙ୍କର ଅଧିକାରୀ, ଟେକ୍ ମହିନ୍ଦ୍ରା ଓଡ଼ିଶା ଶାଖାର ସିଏସ୍ଆର ହେଡ଼୍ ରଶ୍ମି ରଞ୍ଜନ ମହାନ୍ତି, ପଞ୍ଜାବ ନ୍ୟାସାନାଲ ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସ୍ ଅପରାଧ ନଥି ସଂସ୍ଥାର ଡ଼ିଏସ୍ପି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତିଙ୍କ ୫ଜଣିଆ ଆଇଟି ଟିମ୍ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କୁ କମ୍ପ୍ୟୁଟର ତଥା ତତ୍ସମ୍ବନ୍ଧୀୟ ଉପକାରିତା ବାବଦରେ ଦୁଇଦିନିଆ ତାଲିମ୍ ପ୍ରଦାନ କରିଥିଲେ । ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲା ତଥା ବ୍ଲକ, ପଞ୍ଚାୟତସ୍ତରରେ ବରିଷ୍ଠ ନାଗରିକମାନଙ୍କୁ ଏହି ଶିକ୍ଷା ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ଆଶୁତୋଷ ମିଶ୍ର ସୂଚନା ଦେଇଛନ୍ତି । ଏହି ଶିକ୍ଷା ଦ୍ୱାରା ବରିଷ୍ଠ ନାଗରିକମାନେ ବିଶେଷ ଭାବେ ଡ଼ିଜିଟାଲ ଅନ୍ଲାଇନ୍ ମାର୍କେଟିଙ୍ଗ, ବିଭନ୍ନ ସରକାରୀ ଏବଂ ବେସରକାରୀ ଦେୟ ପୈଠ, ବ୍ୟାଙ୍କ ସେବା ତଥା ଅନ୍ୟାନ୍ୟ ଅତ୍ୟାଧୁନିକ ସେବା ଉପଯୋଗ କରିପାରିବେ । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ ଉପସ୍ଥିତ ରହି ଶିକ୍ଷା ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ବରିଷ୍ଠ ନାଗରିକମାନଙ୍କ ଭିତରେ ଅନୁଷ୍ଠାନ ପକ୍ଷରୁ ପରିବେଶ ସଚେତନତା ସମ୍ବନ୍ଧୀୟ ବହୁ ଉପାଦେୟ ତଥ୍ୟ ବର୍ଣ୍ଣନା କରଯିବା ସହିତ ପ୍ଲାଷ୍ଟିକମୁକ୍ତ ସୁସ୍ଥ, ସୁନ୍ଦର ସମାଜ ଗଠନ କରିବା ପାଇଁ ଏକ ସଂକଳ୍ପ ସଭା ଅନୁଷ୍ଠିତ ହୋଇଥିଲା ଏବଂ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ କପଡ଼ା ତିଆରି ବ୍ୟାଗ୍, ତୁଳସୀ ·ରା ଏବଂ ବିଭିନ୍ନ ବୃକ୍ଷର ·ରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜଗବନ୍ଧୁ ଜରାଶ୍ରମର ସମ୍ପାଦକ ଶ୍ରୀ ଆଶୁତୋଷ ମିଶ୍ର, ସ୍ୱେଚ୍ଛାସେବୀ ନିରଦ କୁମାର ସାହୁ ପରି·ଳନା କରିଥିଲେ ।


