ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୧୯
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୧୯ର ଚିତ୍ରାଙ୍କନ (ଦିବ୍ୟାଙ୍ଗ) ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଅଲଣାହାଟ ଉଚ୍ଚ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀ ସ୍ୱପ୍ନା ଦାସ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ପୁରସ୍କାର ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ.ଅରୁଣ ସାହୁ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଉପସ୍ଥିତ ରହି ପୁରସ୍କୃତ କରିଥିଲେ । ତାଙ୍କର ଏହି ସଫଳତା ପାଇଁ ନାଉଗାଁ ଅଂଚଳର ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସେ ଅଲଣାହାଟ ଗ୍ରାମର ରବି ନାରାୟଣ ଦାସ ଓ ଗିତାଞ୍ଜଳି ଦାସଙ୍କ କନ୍ୟା ଅଟନ୍ତି ।ଜଣେ ଦିବ୍ୟାଙ୍ଗ ଛାତ୍ରୀ ହେଲେ ମଧ୍ୟ ଆକର୍ଷଣୀୟ ଚିତ୍ରକଳା ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଠି ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତାଙ୍କର ଉତରୋତର ଉନ୍ନତି କାମନା କରି ନାଉଗାଁ ବିଇଓ ମାଗୁଣୀ ଚରଣ ମହାନ୍ତି,ଏବିଇଓ ଅକ୍ଷୟ ବେହେରା, ସିଆସିସି କମଳଲୋଚନ ନାୟକ, ସହଦେବ ସେଠୀ,ସାରଦା ପ୍ରସନ୍ନ ଓଝା, ଶିକ୍ଷକ ସୁକାନ୍ତ କୁମାର ଲେଙ୍କା, ବ୍ଲକ ଶିକ୍ଷକ ସଂଘ ସଭାପତି ଆଶିଷ ରଂଜନ ଜେନା, ଶିକ୍ଷକ ନେତା କୃତିବାସ ରାଉତ,ସମାଜସେବୀ ପ୍ରଦୋଶ ମହାନ୍ତି,ପ୍ରସନ୍ନଜିତ ସାହୁ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।