ରାଜ୍ୟସ୍ତରୀୟ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ସମାରୋହ

ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଡ୍‌ଭାନ୍ସ୍‌ଡ ଏଜୁକେସନାଲ୍ ରିସର୍ଚ୍ଚ୍ ଆଣ୍ଡ୍ ଟେକ୍ନୋଲୋଜି ପରିସରରେ ରାଜ୍ୟସ୍ତରୀୟ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ସମାରୋହ ଅନୁଷ୍ଠାନର ଅଧ୍ୟକ୍ଷ ଶିକ୍ଷାବିତ ଡ଼କ୍ଟର ଧୀରେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ସ୍ୱାମୀଜୀଙ୍କ ସେବା ଓ ତ୍ୟାଗର ଭାବନା ପ୍ରତ୍ୟେକ ବ୍ୟକ୍ତିର ହୃଦୟରେ ସ୍ଫନ୍ଦିତ ହେଉ । ଆଜିର ଯୁବ ସମାଜ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ପ୍ରରମ୍ଭରେ ବିବେକାନନ୍ଦ ଇନଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ଡ଼କ୍ଟର ନନ୍ଦ ତାଙ୍କ ସ୍ୱାଗତ ଭାଷଣରେ କହିଲେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଖୋର୍ଦ୍ଧାରେ ଆଜକୁ ୩୨ ବର୍ଷ ହେଲା ନିରବଚ୍ଛିନ୍ନ ଭାବରେ ପାଳିତ ହେବା ଦ୍ୱାରା ଛାତ୍ରଛାତ୍ରୀ ତଥା ଯୁବ ସମାଜ ସେମାନଙ୍କର ଚରିତ୍ର ଗଠନ ପାଇଁ ବହୁ ପ୍ରେରଣା ପାଇଛନ୍ତି । ଆଗାମୀ ଦିନରେ ଖୋର୍ଦ୍ଧାଠାରେ ଏକ ସ୍ୱାମୀ ବିବେକାନନ୍ଦ ମନ୍ଦିର ସ୍ଥାପନ ସହିତ ସ୍ୱାମୀଜୀଙ୍କ ନାମରେ ସାରା ଦେଶର ପ୍ରତ୍ୟେକ ଜିଲା କେନ୍ଦ୍ରରେ ଆନ୍ତର୍ଜାତୀୟ ସ୍ତରର ଉଚ୍ଚମାନର ଆବାସିକ ବିଦ୍ୟାଳୟ ସ୍ଥାପନ କରାଯିବାର ଯୋଜନା ପ୍ରସ୍ତୁତ କରାଯାଉଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ କଲେଜ୍ ଅଫ୍ ବିଜିନେସ୍ ମ୍ୟାନେଜ୍‌ମେଂଟ୍‌ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଭିଦ୍ୟାର୍ଥୀ ପରିଷଦର ନଗର ସଭାପତି ଶିକ୍ଷାବିତ୍ ଡକ୍ଟର ଅଶୋକ କୁମାର ନନ୍ଦ । ମୁଖ୍ୟ ବକ୍ତା ଭାବରେ ପତଞ୍ଜଳୀ ଯୋଗ ସମିତିର ଖୋର୍ଦ୍ଧା ଜିଲ୍ଲା ସଭାପତି ଇଂ ସୀତାକାନ୍ତ ପଣ୍ଡା ଯୋଗଦେଇ ସ୍ୱାମୀଜୀଙ୍କ ଜୀବନୀର ବହୁ ଦୃଷ୍ଟାନ୍ତ ମୂଳକ ତଥ୍ୟ କହି ଏହି ଭାରତର ଯୁବ ସମାଜ ହିଁ ବିଶ୍ୱକୁ ଭାତୃତ୍ୱ, ମୈତ୍ରୀ ଏବଂ ସାମ୍ୟର ଶାଶ୍ୱତ ବନ୍ଧନରେ ବାନ୍ଧି ରଖିପାରିବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ୍ ଡକ୍ଟର ବୃନ୍ଦାବନ ପଣ୍ଡା, ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ଖଟେଇ ଏବଂ ସମାଜସେବୀ ରଘୁନାଥ ମଙ୍ଗରାଜ ଯୋଗଦେଇ କହିଲେ ଏକ ଉନ୍ନତ, ନୀତିନିଷ୍ଠ, ଚରିତ୍ରବାନ, ଦକ୍ଷ ଏବଂ କର୍ମଠ ମାନବ ସଂଭୂତ ରାଷ୍ଟ୍ର ନିର୍ମାଣ ପାଇଁ ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କର ଆଦର୍ଶ ଏବଂ ଅନୁଚିନ୍ତା ମାଧ୍ୟମରେ ଆଗାମୀ ଯୁବପୀଢିକୁ ଗଢିତୋଳିବାକୁ ହେବ । ସମ୍ମାନୀତ ବକ୍ତା ଭାବରେ ଶିକ୍ଷାବିତ୍ ଶିକ୍ଷାବିତ୍ ରବୀନ୍ଦ୍ର ନାଥ ଶତପଥି ଏବଂ ମିହିର କୁମାର ବିଧାର ଯୋଗଦେଇ ଦେଶରେ ଅବହେଳିତ ଓ ନିଷ୍ପେସିତ ଦୁଃଖି ଦରିଦ୍ର ମାନଙ୍କୁ ଭଗବାନ ଭାବି ସେମାନଙ୍କ ସେବା କରିବାକୁ ହେବ, ଏହାଦ୍ୱାରା ରାଷ୍ଟ୍ରର ଉତ୍‌ଥାନ ସମ୍ଭବ ବୋଲି କହିଥିଲେ । ଅନୁଷ୍ଠାନର ସହନିର୍ଦ୍ଦେଶିକା ସ୍ମୃତିସ୍ରଦ୍ଧା ତ୍ରିପାଠୀଙ୍କ ସଂଯୋଜନାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଥିବା ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନର ଶ୍ରେଷ୍ଠ ଛାତ୍ର ଭାବରେ ବିବେକ ପ୍ରଭଂଜନ ମିଶ୍ର, ଦୀପ୍ତିମୟୀ ସାହୁ, ଶୁବଲକ୍ଷ୍ମୀ ନନ୍ଦ ଏବଂ ଅମ୍ଳାନ ଗୌରବ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବରେ ମନସ୍ମିତା ନାୟକ ଓ ଶୁଭ୍ରଜିତ୍ ସାମନ୍ତରାୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ ସାଗର ପରିଡାଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ସେ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଯୁକ୍ତା ରାମ, ସ୍ୱପ୍ନାରାଣୀ ସାହୁ, ନୃସିଂହ ମହାପାତ୍ର, ଭିମସେନ ଦାସ, ଭୋଳାନାଥ ନାୟକ, ଡି ନାଗେଶ୍ୱର ପାତ୍ର, ସତ୍ୟପ୍ରକାଶ ମିଶ୍ର, ସତ୍ୟ ସୁନ୍ଦର ରଣା, ଧନେଶ୍ୱର ଦାସ, ବିଜୟଲକ୍ଷ୍ମୀ ମିଶ୍ର, ନମିତା ସାହୁ, ପ୍ରଣତି ଚମ୍ପତି ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଷଦର ପ୍ରାକ୍ତନ ରାଜ୍ୟ ସଭାପତି ଶିବ ପ୍ରସାଦ ପାଢୀ, ରାଜ୍ୟ ସହସଂପାଦିକା ଦୀପ୍ତିମୟୀ ପ୍ରତିହାରୀ, ନଗର ସଂପାଦକ ସର୍ବେଶ୍ୱର ସାହୁ, ସ୍ମୃତି ରଂଜନ ସାହୁ, ରୁଦ୍ର ନାରାୟଣ ବେହେରା, ଓମକାର ପ୍ରଧାନ, ଶୁଭମ ସୁବାସିଷ୍‌, ଅନ୍ନପୂର୍ଣ୍ଣା ସ୍ୱାଇଁ, ସରଗମ ନାୟକ, ଜୀବନଜ୍ୟୋତି କୁଅଁର, ପ୍ରଦୀପ କୁମାର ସ୍ୱାଇଁ, ଚନ୍ଦନ ପାଟ୍ଟଶାଣୀ ପ୍ରମୁଖଙ୍କ ସମେତ ସ୍ଥାନୀୟ ବହୁ ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ସମାଜସେବୀ ତଥା ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ