ରାଜ୍ୟ ଆତ୍ମା କର୍ମଚାରୀ ସଂଘର ପ୍ରଥମ ବାର୍ଷିକ ଅଧିବେଶନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ରାଜ୍ୟ ଆତ୍ମା କର୍ମଚାରୀ ସଂଘର ପ୍ରଥମ ବାର୍ଷିକ ଅଧିବେଶନ ଭୁବନେଶ୍ୱରସ୍ଥିତ ରେଳ ଅଡ଼ିଟୋରୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ମହୋଦୟ ଓଡ଼ିଶା ସରକାର, ସମ୍ମାନନୀୟ ଅତିଥି ଭାବେ ଇମେଜର ଅବସରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସତ୍ୟ ନାରାୟଣ ମିଶ୍ର ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବିଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୩୦ଗୋଟି ଜିଲ୍ଲାର ୩୧୪ ବ୍ଲକରେ କାର୍ଯ୍ୟରତ ୧୧୧୪ ସଭ୍ୟ ଓ ସଭ୍ୟା ଅଂଶଗ୍ରହଣ କରିଥିଲେ । କାର୍ଯ୍ୟ ସମାପନ ପରେ ଦୀର୍ଘ ୧୦ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ପାଇଁ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଆନୁଷ୍ଠାନିକ ଭାବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ସଭାପତି ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ସାହୁ ସମସ୍ତଙ୍କୁ ସ୍ୱାଗତ କରି ନିଜ ଅଭିଭାଷଣରେ ଆତ୍ମା ଏକ କୃଷି ଓ ଅନୁସଙ୍ଗୀକ, କୃଷିର ମିଳନ ଓ ଏହାକୁ ସରକାର କୃଷକମାନଙ୍କ ହିତ ପାଇଁ କର୍ମଚାରୀ ମାନଙ୍କ ସମସ୍ୟା ଦୂର କରିବା ପାଇଁ କହିଥିଲେ । ଶ୍ରୀଯୁକ୍ତ ସତ୍ୟ ନାରାୟଣ ମିଶ୍ର ନିଜ ଅଭିଭାଷଣରେ କହିଥିଲେ ଯେ, ଆତ୍ମା ଏକ ସରକାରଙ୍କ ସମ୍ପ୍ରସାରଣ କାର୍ଯ୍ୟକ୍ରମ । ଆମେ ଧାନଚାଷରେ ସ୍ୱାବଲମ୍ବୀ । ମାତ୍ର ଡ଼ାଲି ଓ ତୈଳରେ ପଛୁଆ ଅଛେ । ତେଣୁ ସରକାର ଏହି ଅନୁଭୂତି ସମ୍ପନ୍ନ କର୍ମଚାରୀଙ୍କ ସମସ୍ୟା ଦୂର କରିବା ସହ ରାଜ୍ୟରେ ଫାଙ୍କା ପଡ଼ିଥିବା ପଦବୀକୁ ଏହା ଦ୍ୱାରା ସମ୍ପନ୍ନ କରିପାରିବେ ଓ ସମସ୍ତ କର୍ମଚାରୀ ଚାଷୀର ଆୟ ବୃଦ୍ଧିରେ ସାହାଯ୍ୟ କରିବା ସହ ବ୍ଲକରେ ପଡ଼ି ରହିଥିବା ଅର୍ଥ ଶୀଘ୍ର ଖର୍ଚ୍ଚ କଲେ କେନ୍ଦ୍ର ଅଧିକ ଅର୍ଥ ପ୍ରଦାନ କରିପାରିବ, ସେଥିପାଇଁ ସରକାର ଚିନ୍ତା କରିବା ଆବଶ୍ୟକ । ବରିଷ୍ଠ ସାମ୍ବାଦିକ ରବି ଦାସ ମହୋଦୟ ନିଜ ଅଭିଭାଷଣରେ କହିଥିଲେ କି, ସରକାର କଣ୍ଟ୍ରାକ୍‌ଚୁଆଲ ପଦବୀକୁ ବନ୍ଦ କରିବା ଉଚିତ୍ ଓ ଯେଉଁମାନେ ୧୦ ବର୍ଷ କାର୍ଯ୍ୟ କରିଛନ୍ତି, ସେମାନଙ୍କୁ ସ୍ଥାୟୀ କରିବା ଉଚିତ୍ । ସମସ୍ତ ଆତ୍ମା କର୍ମଚାରୀ ଗ୍ରାମାଞ୍ଚଳରେ କୃଷକମାନଙ୍କୁ ସାହାଯ୍ୟ କରନ୍ତି । କୃଷକମାନେ ସରକାରଙ୍କୁ କହିବେ ଯେ, ଏମାନେ ଭଲ କର୍ମଚାରୀ । ମାନ୍ୟବର ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ, କୃଷି ଓ କୃଷକ ପାଇଁ ଓଡ଼ିଶାର ଲୋକପ୍ର୍ରିୟ ମୁଖ୍ୟମନ୍ତ୍ରୀ ସବୁବେଳେ ଚେଷ୍ଟିତ । କୃଷିର ବିକାଶ ପାଇଁ ବହୁ ଯୋଜନା କରୁଛନ୍ତି । ତେଣୁ ସଂଘର ସମସ୍ୟା ସେ କୃଷିମନ୍ତ୍ରୀଙ୍କୁ ତଥା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ଚେଷ୍ଟା କରିବେ । ସାଧାରଣ ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ବେଉରା ସଂଗଠନକୁ ସୁଦୃଢ କରିବାକୁ କହିଥିଲେ । ଓଡ଼ିଶା ହାଇକୋର୍ଟର ଯୁବ ଆଇନଜୀବୀ ଶ୍ରୀଯୁକ୍ତ ଦେବଦତ୍ତ ମହାନ୍ତି ସମସ୍ତେ ସଂଘ ସହ ସୁଦୃଢ ହୋଇ ରୁହନ୍ତୁ । ଆଇନ୍‌ର ଉର୍ଦ୍ଧ୍ୱରେ କେହି ନାହାଁନ୍ତି । ଆପଣ ୧୦ ବର୍ଷ ଧରି କାର୍ଯ୍ୟ କରିଛନ୍ତି ତେଣୁ ଆପଣ ନିଶ୍ଚିତ ସଫଳତା ହାସଲ କରିବେ । ଉପସଭାପତି ଶ୍ରୀଯୁକ୍ତ ଦେବାଶଷି ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉମାକାନ୍ତ ଦଳାଇ, ମାସ ମିଡ଼ିଆ ଓ ମଞ୍ଚ ପରିଚାଳନା କରିଥିଲେ । ସଂଘର ସମସ୍ତ ଉପଦେଷ୍ଟା ମଣ୍ଡଳୀ ଓ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ସହ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ