ରାଜ୍ୟ ଓ କେନ୍ଦ୍ର ବଜେଟ୍ ବିରୋଦ୍ଧରେ ସିପିଆଇ କମିଟି ପକ୍ଷରୁ ବ୍ୟାପକ ଅଭିଯାନ
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ଜନ ବିରୋଧି କେନ୍ଦ୍ର ଓ ରାଜ୍ୟ ବଜେଟ ବିରୋଦ୍ଧରେ ଗତ ୧୧ ଓ ୧୨ ତାରିଖ ୨ ଦିନ ଧରି ସିପିଆଇଏମ୍ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଛି । କେନ୍ଦ୍ର ଭାରତୀୟ ଜନତା ପାର୍ଟି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୨ ଟଙ୍କାର ସେସ୍ ଆଦାୟ କରିଥିବା ବେଳେ ମଧବିତ ପରିବାରର ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେହି ପରି ବଜାରର ପରିବା ଦର ମଧ୍ୟ ଦୃତ ଗତିରେ ବଢି ଚାଲିଛି ,ଏହା ସହ କେନ୍ଦ୍ର ସରକାର ନିର୍ବାଚନ ସମୟରେ ପ୍ରଚୁର ପରିମାଣର ଟଙ୍କା ଆଦାୟ କରିବା ସହ ସାଧାରଣ ଲୋକଙ୍କୁ ବାଣ୍ଟିଥିଲେ । କୃଷକ ମାନଙ୍କର ଧାନ ର ଅଭାବ ବିକ୍ରି କରିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ଚାଷ ଫସଲର କୃଷି ବଜେଟରେ ଲୋକମାନଙ୍କୁ ମୁହାଁବୁଲାଇବା ସହ ଧାନର ସର୍ବନିମ୍ନ ମୁଲ୍ୟ ୩ହଜାର ଟଙ୍କା ନକରିବା ପରିତାପର ବିଷୟ ଆଗାମୀ ଦିନରେ ପୈାର ନିର୍ବାଚନ ସମୟରେ ପାର୍ଟି ତରଫରୁ କ୍ଷୋଭ ପ୍ରକାଶ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଉକ୍ତ ବୈଠକରେ ରାଜ୍ୟ ସଂପାଦକ ପଟ୍ଟନାୟକଙ୍କ ସମେତ ଜିଲ୍ଲା ସଂପାଦକ କୈଳାସ ,ବସନ୍ତ ନଳ,ଦିଲ୍ଲିପ ଛୋଟରାୟ ପ୍ରମୁଖ ନେତା ଉପସ୍ଥିତ ଥିଲେ ।