ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ବିଜୟ ମିଶ୍ରଙ୍କୁ ଜୟଦେବ ପୁରସ୍କାର

ଭୁବନେଶ୍ବର : ରାଜ୍ୟ ଚଳଚ୍ଚିତ୍ର ଏକାଡେମୀ ପକ୍ଷରୁ ୨୦୧୮ ମସିହା ପାଇଁ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଘୋଷିତ ତାଲିକାରେ ଜୀବନବ୍ୟାପୀ ସାଧନା ପାଇଁ ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଁ ଚୟନ କରାଯାଇଛି । ସେହିପରି ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନରେ ସମ୍ମାନିତ ହେବେ ଅକ୍ଷୟ ପରିଜା । ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ଅକ୍ଷୟ ପରିଜାଙ୍କ ଭିଜା ମାଟିର ସ୍ବର୍ଗକୁ ମନୋନୀତ କରାଯାଇଥିବା ବେଳେ ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଅର୍ଚ୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଚୟନ କରାଯାଇଛି । ଭିଜା ମାଟିର ସ୍ବର୍ଗ ନିମନ୍ତେ ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଘୋଷଣା କରାଯାଇଛି । ଶ୍ରେଷ୍ଠ କାହାଣୀ ଏବଂ ସଂଳାପ ପାଇଁ ଡି ନିରଞ୍ଜନ ରେଡ୍ଡୀଙ୍କୁ ମନୋନୀତ କରାଯାଇଛି । ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଶାନ୍ତିରାଜ ଖୋସ୍‌ଲା ଏବଂ ଶ୍ରେଷ୍ଠ ଗୀତିକାର ଭାବରେ ବସନ୍ତରାଜ ସାମଲଙ୍କୁ ମନୋନୀତ କରାଯାଇଛି । ପ୍ରଚ୍ଛଦପଟ ଗାୟକ ଏବଂ ଗାୟିକା ଭାବରେ କରୁଣାକର ଏବଂ ଅନ୍ତରା ଚକ୍ରବର୍ତ୍ତୀଙ୍କୁ ମନୋନୀତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ