ରାଜ୍ୟ ମିଶନ ଶକ୍ତି ଏସ୍ଏଚ୍ଜି କାହାର ଅଧିନସ୍ତ ନୁହଁନ୍ତି କି ଦୟାର ପାତ୍ର ନୁହଁନ୍ତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବୁଦ୍ଧ ମନ୍ଦିର ପରିସରରେ ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମର ସାଧାରଣ ସଭା ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଯାଇଛି । ଏଥିରେ ଉପସ୍ଥିତ ଜିଲ୍ଲା ସଦସ୍ୟା, ଜିଲ୍ଲାର ସ୍ୱଂୟ ସହାୟକ ଗୋଷ୍ଠୀର ସଭାପତି, ସମ୍ପାଦିକାମାନେ ଉଦ୍ବେଗ ଜନକ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ସ୍ୱୟଂ ସହାୟକ ଗୋଷ୍ଠୀ ମିଶନ ଶକ୍ତିର ସଦସ୍ୟାମାନଙ୍କୁ ଆଜିକାଲି ବ୍ୟକ୍ତିଗତ ସମ୍ପତ୍ତି ପରି ବ୍ୟବହାର କରୁଛନ୍ତି । ଜିଲ୍ଲା ବ୍ଲକ ପଞ୍ଚାୟତର ସଦସ୍ୟାମାନେ ବିଗତ ଦିନରେ ଯେମିତି ଥିଲେ ସେମିତି ଉତ୍କଟ ଆର୍ଥିକ ଅନାଟନରେ ଅଛନ୍ତି । କ୍ୱଚିତ ଜିଲ୍ଲାର ମା ଭଉଣୀମାନେ ଉପକୃତ ହେଉଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ଜିଲ୍ଲାର ସଭାପତି, ସମ୍ପାଦିକା ଓ ଦୁଇ ବର୍ଷରେ ପରିବର୍ତ୍ତନ ହେଉଛନ୍ତି, କିନ୍ତୁ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଦୀର୍ଘ କାଳ ଗୋଟିଏ ପଦବୀରେ ରହିଛନ୍ତି ଯାହା ମିଶନ ଶକ୍ତି ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟକ ଦଳର ସଦସ୍ୟାମାନେ । ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମର ଅଧ୍ୟକ୍ଷା ମମତା ସାମନ୍ତରାୟ କହିଛନ୍ତି । ମିଶନ ଶକ୍ତିର ସ୍ୱଚ୍ଛତା ଉପରେ ପ୍ରଶ୍ନ ନ ଆସୁ । ନୂତନ ଅଫିସର ନିଯୁକ୍ତି ପାଇଲେ ନିର୍ମଳତା ରହିବ ବୋଲି ମତପ୍ରକାଶ ପାଇଥିଲା ।ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମର ଅଧ୍ୟକ୍ଷା ମମତା ସମାନ୍ତରାୟଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ଡ. ମିନତୀ ରାଉତରାୟ ଲେଙ୍କା ସଭାପତିତ୍ୱ କରିଥିଲେ । ବରଗଡ଼ ଜିଲ୍ଲା ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ପଦ୍ମିନୀ ଦେବୀ, ବାଲେଶ୍ୱରର ଆଇନଜୀବୀ ଜ୍ୟୋତ୍ସ୍ନା, ବୌଦ୍ଧ ଜିଲ୍ଲା ସଦସ୍ୟା ଶୈଳ ଦାସ, ସାବିତ୍ରୀ ରାଉତ, ବରିପଦାର ସବିତା ସରକାର, ଖୋର୍ଦ୍ଧା ଜିଲ୍ଲା ମିଶନ ଶକ୍ତିର ସଦସ୍ୟା ସୌଦାମିନୀ ପ୍ରମୁଖ ଯୋଗଦାନ କରିଥିଲେ । ଉପଧ୍ୟକ୍ଷା ନିରୂପମା ରଥ ଧନ୍ୟବାଦ ଅର୍ପଣ କରିଥିଲେ । ୨୦ଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦିକାମାନେ ଯୋଗଦାନ କରିଥିଲେ ।ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତି ଥିବା ସରକାରୀ ଦାୟିତ୍ୱର ବାସ୍ତବତା ଏବଂ ସେମାନଙ୍କର ଆତ୍ମନିର୍ଭରଶୀଳତା ଉପରେ ଆଲୋଚନା କରାଯାଇଥିଲା । ଏଥିସହିତ ରାଜ୍ୟର ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ଦିଗରେ ଆଗାମୀ ଦିନରେ କିଭଳି ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ପକ୍ଷେପ ଗ୍ରହଣ କରାଯିବ ସେ ବିଷୟରେ ଉପସ୍ଥିତ ସଦସ୍ୟାମାନଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା । ରାଜ୍ୟରେ ଦେଖା ଦେଇଥିବା ଆଇନ ଶୃଙ୍ଖଳା ପରିସ୍ଥିତିରେ ମହିଳାଟିଏ କିଭଳି ସୁରକ୍ଷିତ ରହିପାରିବେ ସେ ବିଷୟରେ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ । ଅନୁଷ୍ଠାନରେ ନୂତନ ସଦସ୍ୟାମାନଙ୍କୁ ସ୍ୱାଗତ କରାଯିବା ସହ ବିଭିନ୍ନ ଦାୟିତ୍ୱ ସମ୍ବନ୍ଧରେ ଅବଗତ କରାଯାଇଥିଲା । ଆଗାମୀ ଦିନରେ ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ଏକ ରାଜନୈତିକ ଅନୁଷ୍ଠାନରେ ପରିଣତ ହେବାର ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଥିଲା ।


