ରାଜ୍ୟ ରାଣୀ ଏକ୍ସପ୍ରେସ କାଶୀନଗର ଷ୍ଟେସନ ରେ ରହଣି ପାଇଁ କାଳି ମାତା ପୂଜା
କାଶୀନଗର, (ରାଜେଶ କୁମାର ପଟନାୟକ):ରାଉଲକେଲା ଗୁଣୁପୁର ରାଜ୍ୟ ରାଣୀ ଏକ୍ସପ୍ରେସ କାଶୀନଗର ଠାରେ ରାହଣି ନିମନ୍ତେ କାଶୀନଗର ନାଗରିକ ମାନେ ରେଳ ମନ୍ତ୍ରୀ ଜେନେରାଲ ମ୍ୟନେଜର ଡି. ଆର. ଏମ ଙ୍କୁ ଦାବି କରି ଆସୁଛନ୍ତି l ସାଂସଦ ମଧ୍ୟ ଏ ଦିଗରେ ବହୁବାର ଚେଷ୍ଟା କରିଲେଣି କିନ୍ତୁ ଆମ ଡାକ କିଏ ଶୁଣୁ ନାହାନ୍ତି କାଶୀନଗର ହେଉଛି ଏକ ଏନ. ଏ. ସି ଦିତୀୟ ସହର ରେଳ ଲାଇନ କରିଥିବା ମହାରାଜାଙ୍କ କର୍ମସ୍ଥଳୀ ଅଂଚଳ କିନ୍ତୁ ଦୁଃଖ ର ପରିତାପ ର ବିଷୟ କାଶୀନଗର ଠାରେ ଷ୍ଟପେଜ ହେଉନାହିଁ l ତେଣୁ ଦୀପାବଳି କାଳି ପୂଜା ଅବସରରେ ବଡ଼ ବଡ଼ିଆଙ୍କୁ ଡାକିବା ବଦଳରେ ରେଳ ମନ୍ତ୍ରୀ, ଡି. ଆର. ଏମ ଜେନେରାଲ ମ୍ୟେନେଜର ଙ୍କ ଉଦ୍ଦେଶ୍ୟରେ କାଳି ପୂଜା କରାଯାଇ ଗୁହାରି ଶୁଣିବା ନିମନ୍ତେ ପ୍ରାର୍ଥନା କରାଗଲା ଗତ ରାତ୍ରି ରେ କାଳି ପୂଜା ଷ୍ଟେସନ ପରିସର ରେ କରାଯାଇ ଚଣ୍ଡୀ ପାଠ କରାଯାଇଥିଲା l ୨୫ ତାରିଖ ଦିନ ପ୍ଲାଟଫର୍ମ ରେ ମାଙ୍କ ଫୋଟ ଧରି ଶହ ଶହ ମହିଳା, ଆଦିବାସୀ ଛାତ୍ର ଛାତ୍ରୀ କୃଷକ ମାନେ ପ୍ରତିବାଦ ଜଣାଇଥିଲେ l ଉକ୍ତ ପୂଜାର୍ଚନା ନାଗରିକ ପରିଷଦ ର ଆବାହକ ହୃଷିକେଶ ଗୌଡ଼ ଙ୍କ ନେତୃତ୍ୱ ରେ ରବୀନ୍ଦ୍ର ମଲିକ ଯେସନ ମେଦି, ସମ୍ବାର ଶବର, ସୁକୁ ଶବର ଚଇତନ ଶବର ଙ୍କ ସହ ବହୁ ବୁଦ୍ଧିଯିବି ନେତା, ଉକ୍ତ ପୂଜା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଆଗାମୀ ଦିନ ରେ ରାଜ୍ୟ ରାଣୀ ଏକ୍ସପ୍ରେସ କାଶୀନଗର ଠାରେ ନ ଅଟକିଲେ ଆନ୍ଦୋଳନତ୍ମକ ପନ୍ଥା ନିଆଯିବ ବୋଲି ସ୍ଥିର କରାଯାଇଛି l