ରାଜ୍ୟ ରେଡକ୍ରସ ପକ୍ଷରୁ ୧୫ ହଜାର ମାସ୍କ ଏବଂ ୩ଶହ କିଟ ପ୍ରଦାନ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ରାଜ୍ୟ ରେଡକ୍ରସ ସୋସାଇଟି ପକ୍ଷରୁ ଅନ୍ୟତମ କୋରୋନା ଯୋଦ୍ଧା ସାଜିଥିବା ଗଞ୍ଜାମ ଜିଲ୍ଲାର ଶିକ୍ଷକମାନଙ୍କ ବିଭିନ୍ନ ପ୍ରୋଟେକ୍ଟିଭ ସାମଗ୍ରୀ ପ୍ରଦାନ କରାଯାଇଛି । ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ଆଗମନ ଠାରୁ ଆରମ୍ଭ କରି ବର୍ତ୍ତମାନ କୋଭିଡ କେୟର ହୋମରେ ରୋଗିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏହାର ପରିଚାଳନା ଦାୟିତ୍ୱ ବହନ କରିଛନ୍ତି ଶିକ୍ଷକମାନେ।ଇତି ମଧ୍ୟରେ ଜିଲ୍ଲାରେ ବହୁ ଶିକ୍ଷକ ମଧ୍ୟ କୋରୋନାର ବସବତି ହୋଇଥିବା ବେଳେ ଅନେକ ପ୍ରାଣ ମଧ୍ୟ ହାରି ସାରିଲେଣି। ଏହିପରି କୋଭିଡ କେର ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ରେଡକ୍ରସ ସୋସାଇଟିକୁ କିଛି ସୁରକ୍ଷା ସାମଗ୍ରୀ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।ଏହାକୁ ପ୍ରାଧାନ୍ୟ ଦେଇ ରାଜ୍ୟ ରେଡକ୍ରସ ପକ୍ଷରୁ ୧୫ ହଜାର ମାସ୍କ ଏବଂ ବିଭିନ୍ନ ପ୍ରାଥମିକ ସୁରକ୍ଷା ସାମଗ୍ରୀ ଥିବା ୩ଶହ କିଟ ପ୍ରଦାନ କରାଯାଇଛି।ରାଜ୍ୟ ଯୁବ ରେଡକ୍ରସ ଏବଂ ଜୁନିୟର ରେଡ କ୍ରସର ବରିଷ୍ଟ ଅଧିକାରିମାନେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏହାର ସଠିକ ବିତରଣ ଏବଂ ଶିକ୍ଷକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା କରିବା ସହ ସମସ୍ଥ ସୁରକ୍ଷା ସାମଗ୍ରୀ ପ୍ରଦାନ କରିଥିଲେ।ରେଡକ୍ରସ ପକ୍ଷରୁ ପ୍ରଦାନନ କରାଯାଇଥିବା ସମସ୍ତ ସୁରକ୍ଷା ସାମଗ୍ରୀକୁ ଖୁବ ଶୀଘ୍ର ଶିକ୍ଷକଙ୍କ ନିକଟରେ ପହଞ୍ଚାଇବା ମୁଳ ଲକ୍ଷ୍ୟ ରହିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଥିବା ବେଳେ ସଦାସର୍ବଦା ଲୋକଙ୍କୁ ସହାୟତା ପ୍ରଦାନ କରୁଥିବା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସମ୍ପଦ ଆମର ଗୁରୁ ଦାୟିତ୍ୱ ବୋଲି କହିଛନ୍ତି ରେଡକ୍ରସର ବରିଷ୍ଟ ଅଧିକାରୀ ଡ. ଅଜୟ ତ୍ରିପାଠୀ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ରେଡକ୍ରସର ବରିଷ୍ଟ ଅଧିକାରୀ ଡ. ଅଜୟ ତ୍ରିପାଠୀ, ରାଜ୍ୟ କନିଷ୍ଠ ରେଡକ୍ରସର ଅଧିକାରୀ ଲକ୍ଷ୍ମଣ ସ୍ୱାଇଂ, ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ ପ୍ରଦାନ, ରେଡକ୍ରସ ଜିଲ୍ଲା ସଂଯୋଜକ ଭାଗିରଥି ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ