ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ବନବାସୀସେବା ସମିତି ପରିଦର୍ଶନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଲ ପରିଦର୍ଶନରେ ଆସିଥିବା ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଭ୍ୟା ଜାଲିନା ପ୍ରିୟଦର୍ଶନୀ ଓରୁବି ବିଶ୍ୱାଳ ବାଲିଗୁଡାର ବନବାସୀ ସେବା ସମିତି ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନମ୍‌ଶିଶୁ ମଙ୍ଗଳ କମିଟିର ସଦସ୍ୟା ମମତା ଦାସ,ପୋନିକ ସରୋଜ ସାର ତଥା ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ । ବନବାସୀ ସେବା ସମିତିର ଶିଶୁ ମାନାଙ୍କ ଶିକ୍ଷା,ସ୍ୱାସ୍ଥ୍ୟ ଓ ପରିଛନ୍ନତାକୁ ପରିଖିଥିଲେ ।ଓଡିଶା ମହିଳା ଓ ଶିଶୁ ବକାଶ ବିଭାଗ ସହାୟତାରେ ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ପ୍ରଦାନକାରୀ ସଂସ୍ଥା (ଏସଏଏ),ଶିଶୁ ସଦନ ଓ ରେଡକ୍ରସ ଦୃଷ୍ଟିହିନ ବିଦ୍ୟାଳୟ ବୁଲି ଦେଖିବା ସହ ଶିଶୁମାନଙ୍କୁ ସେମାନଙ୍କ ଅଧିକାର ସମ୍ବନ୍ଧରେ ଅବଗତ କରାଇଥିଲେ ।ଏହପରିଦର୍ଶନ ସମୟରେ ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଅତିଥି ମାନଙ୍କୁ ସମସ୍ତ ୟୁନିଟକୁ ବୁଲି ଦେଖାଇଥିଲେ ।ସମିତିର ବିଶ୍ୱଜିତ ଜେନା ସରୋଜ ଆଲଟିଆ,ଆଦବେଶା ମହାପାତ୍ର,ପ୍ରତାପରୁଦ୍ର ଶୁକ୍ଳା ଓ ଅନ୍ୟମାନେ ଉପସ୍ଥିତ ରହି ସହେଯାଗ କରିଥିଲେ । ସୁରକ୍ଷାଆୟୋଗର ସଦସ୍ୟା ମାନେ ପରିଦର୍ଶନ ସମୟରେ ଖୁସିବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ