ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସର ପୁଣି ପରାଜୟ !

(ଯୁଗାବ୍ଦ ନ୍ୟୁଜ) , ସାଧାରଣ ନିର୍ବାଚନର ପରାଜୟ ପରେ କାରଣ ଖୋଜୁଥିବା କଂଗ୍ରେସକୁ ପୁଣିଥରେ ଲାଗିଛି ଶକ୍ତ ଝଟକା । ଗୁଜୁରାଟରେ ଖାଲି ପଡିଥିବା ଦୁଇଟି ରାଜ୍ୟସଭା ଆସନରେ ବିଜେପି ବିଜୟ ହୋଇଛି । ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଡିପ୍ଲୋମାଟରୁ ବୈଦେଶିକ ମନ୍ତ୍ରୀ ହୋଇଥିବା ଏସ. ଜୟଶଙ୍କର ଓ ଓବିସି ନେତା ଯୁଗଲଜି ଠାକୁର ଦୁଇଟି ଆସନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଗୁଜୁରାଟ ବିଧାନସଭାରେ ଏସ ଜୟଶଙ୍କର ଯୁଗଲଜି ଠାକୁରଙ୍କୁ ୧୦୪ ଖଣ୍ଡ ଭୋଟ ମିଳିଛ । ଯଯେଉଁଥିରେ , ବିଜେପି ବିଧାୟକଙ୍କ ସଂଖ୍ୟା ଥିଲା ୧୦୦ ଓ ବିଟିବିପି ର ସଂଖ୍ୟା ୨ ଥିବାବେଳେ ଏନସିପିର ଖଣ୍ଡିଏ ଭୋଟ ଥିଲା । ଏଥିଲେ ସାମିଲ ହୋଇଥିଲା କଂଗ୍ରେସର ଅଳ୍ପେସ ଠାକୁର ଏବଂ ଧବଲ ସିଂ ଜାଲାଙ୍କର ଦୁଇଟି ଭୋଟ କିନ୍ତୁ ଏ ପର୍ଯ୍ୟନ୍ତ ନିବାଚର୍ନ କମିଶନ କୌଣସି ଫଳାଫଳ ଘୋଷଣା କରିନାହାନ୍ତି ।


