ରାଜ୍ୟ ସରକାରଙ୍କ ୫ ଯୋଜନା ବିିତିଯାଇଥିଲେ ମୋହନା ନିର୍ବାଚନ ମଣ୍ଡଳୀରେ ନର୍ମାଣ ହୋଇ ପାରୁନି ଖେଳ ପଡିଆ
ମୋହନା ,(ଅଂଶୁମାନ ପଣ୍ଡା): ରାଜ୍ୟ ସରକାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବ୍ଳକର ପଚାଂୟତ ଗୁଡିକକୁ ମିନି ଷ୍ଟାଡିୟମ୍ ନିର୍ମାଣ କରିବା ପାଇଁ ଅର୍ଥ ମଞ୍ଜୁର କରିଥିଲେ ପ୍ରତ୍ୟେକ ବ୍ଳକରେ ଖେଳ ପଡିଆ ପାଇଁ ଭିତି ପ୍ରସ୍ତର ମଧ୍ୟ କରିଥିଲେ ରାଜ୍ୟ ସରକାର । ଦୈନନ୍ଦିନ ଜୀବନରେ କ୍ରୀଡାର ଭୂମିକା ଗୁରୁତର ହୋଇଛି । ଯେପରିକି ଛୋଟ ପିଲାଠାରୁ ବଡ ପର୍ଯ୍ୟନ୍ତ ଖେଳ କୁଦ କରିବା ଦ୍ୱାରା ଶରୀରର ରୋଗ ମୁକ୍ତ ହୋଇଥାଏ ଏଭଳିକି ଅଚଂଳରୁ ନିଜ ନିଜ ଖେଳ ପଦର୍ଶନ କରି ଛୋଟ କଳାକାରମାନେ ରାଜ୍ୟ ତଥା ରାଜ୍ୟ ବାହାରକୁ ଚୟନ ହୋଇଥାନ୍ତି । ହେଲେ ପିଲାଙ୍କ ମନରେ ଖେଳ କୁଦ କରିବା ପାଇଁ ଉତ୍ସାହିତ ଥିବା ବେଳେ ନା ଅଛି ମିନି ଡଷ୍ଟାଡିୟମ ନା ଖେଳ ପଡିଆ । ପିଲା ଖେଳୁଛନ୍ତି ଅଳିଆ ଆବର୍ଜନା ଖାଲ ଖମା ପଡିଆରେ । ଯାହାରି ଫଳରେ ପିଲାମାନେ ରାଜ୍ୟ ତଥା ରାଜ୍ୟ ବାହାରକୁ ଖେଳ କୁଦ କରିବା ପାଇଁ ଜୀବତ ଦୂରର କଥା ନିଜ ବ୍ଳକ ସ୍ତରୀୟରେ ମଧ୍ୟ ଖେଳ କୁଦ କରିପାରୁନାହାନ୍ତି । ରାଜ୍ୟ ସରକାରଙ୍କୁ ପୂର୍ବତନ ବିଧାୟିକା ବାସନ୍ତି ମଲ୍ଲିକ ନେହୁରା ଓ ବିନତି କରି ମୋହନା ନିର୍ବାଚନ ମଣ୍ଡଳୀରେ ଖେଳ ପଡିଆ ଖଣ୍ଡେ କରିବା ପାଇଁ ଆଣିଥିଲେ ଅନୁମତି । ସେଥି ମଧ୍ୟରୁ ମୋହନା ଅନୁସୂଚିତ ଜାତି ଓ ଜନଜାତି ସରକାରୀ ବିଦ୍ୟାଳୟ ଖେଳ ପଡିଆକୁ ମୋହନା ବାସୀଙ୍କ ପାଇଁ ଏକ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଅନୁମତି ମାଗିଥିଲେ । ଯାହାକି ଭିତି ପ୍ରସ୍ତର ମାନ୍ୟବର ନବୀନ ପଟ୍ଟନାୟକ ନଭେମ୍ବର ମାସ ୧୫ ତାରିଖ ୨୦୧୬ରେ ମୋହନା ଗସ୍ତରେ ଆସି ହାଇସ୍କୁଲ ପଡିଆଠାରେ ବିଭିନ୍ନ ଉନ୍ନତି ମୂଳକ କାମର ଶିଳାନ୍ୟାସ କରିଥିଲେ । ସେଥି ମଧ୍ୟରେ ମୋହନା ଖେଳ ପଡିଆ, ବସଷ୍ଟାଣ୍ଡ, ଶିଶୂ ଉଦ୍ୟାନ ପାଇଁ ଭିତି ପ୍ରସ୍ତର କରିଥିଲେ । ସେହି ସମୟରେ ହିଁ ମୋହନା ସରକାରୀ ବିଦ୍ୟାଳୟର ବାଳିକା ଛାତ୍ରାବାସକୁ ଉଦଘାଟନ କରିଥିଲେ । କିନ୍ତୁ ଆଜକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ମାଣ ହୋଇପାରୁନି ଖେଳ ପଡିଆ, ବସଷ୍ଟାଣ୍ଡ, ଶିଶୁ ଉଦ୍ୟାନ ଭଳି ଅନେକ ମୌଳିକ ସୁବିଧାର ସମାଧାନ । ରା.ଉଦୟଗିରି, ଚନ୍ଦ୍ରଗିରି, ମୋହନା, ଅଡବା, ଚାନ୍ଦିୁପଟ, ପାଣିଗଣ୍ଡା, ଭଳି ଅନେକ ସ୍ଥାନରେ ପିଲାଙ୍କ ପାଇଁ ନିର୍ମାଣ ହୋଇପାରୁନି ଖେଳ ପଡିଆ । ଚନ୍ଦ୍ରଗିରି ଗ୍ରାମବାସୀ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାଶରଥି ଗମାଙ୍ଗଙ୍କୁ ଖେଳ ପଡିଆକୁ ପରିଦର୍ଶନ କରାଇ ଖେଳ ପଡିଆ ନିର୍ମାଣ ପାଇଁ ଲିଖିତ ଜଣାଇଥିଲେ । କିନ୍ତୁ ବିଧାୟକ ଦାଶରଥି ଗମାଙ୍ଗ ନିର୍ବାଚିତ ହୋଇ ଆଜକୁ ୨ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ବାଚନ ମଣ୍ଡଳୀର କୌଣସି ମୌଳିକ ସୁବିଧାର ସମାଧାନ କରିପାରି ନାହାନ୍ତି । ଭାଷଣରେ ହିଁ ବିତି ଗଲାଣୀ ୨ ବର୍ଷ । ରାଜ୍ୟ ସରକାରଙ୍କ ଦଳର ହିଁ ସରପଂଚ ନର୍ମଦା ଦଳାଇ ଓ ଜିଲ୍ଲା ପରିଷଦ ସଭ୍ୟା ସ୍ନିଗ୍ଧାରାଣି ରଣସିଂ ଥାଇ ମଧ୍ୟ ନିଜ ପଚାଂୟତରେ ନିର୍ମାଣ କରି ପାରୁନାହାନ୍ତି ଖେଳ ପଡିଆ । ଯାହାରି ଫଳରେ ପଂଚାୟତର ପିଲାମାନେ ଖାଲ ଖମା ପାହାଡିଆ ଜମିରେ ଖେଳ କୁଦ କରୁଛନ୍ତି . । ଯଦି ରାଜ୍ୟ ସରକାର ଏହି ମୋହନା ନିର୍ବାଚନ ମଣ୍ଡଳୀକୁ ଉନ୍ନତି କରଣ କରିଥିବା ନେଇ ଚର୍ଚ୍ଚ ହେଉଥିବା ବେଳେ କିନ୍ତୁ ଅଚଂଳରେ ବିକାଶ ହୋଇନଥିବା ଦେଖିବାକୁ ମିଳୁଛି ମୋହନା, ଚନ୍ଦ୍ରଗିରି, ଚାନ୍ଦିପୁଟ, ଅଡବା, ରା.ଉଦୟଗିରି, ରାମଗିରି, ଛେଳୀଗଡ, ବିରିକୋଟ ଭଳି ଅନେକ ସ୍ଥାନରେ ଅଧାପନ୍ତରିଆରେ ପଡିରହିଛି ଉନ୍ନତି ମୂଳକ କାମ । କେବେ ଏହି ଅଂଚଳରେ ଅଧପନ୍ତରିଆ କାମ ସମ୍ପୁର୍ଣ୍ଣ ହେବ ଏବଂ ଲୋକେ ମୌଳିକ ସୁବିଧା ପାଇ ପାରିବେ ତାକୁ ହି ଏବେ ଅପେକ୍ଷ ।


