ରାଜ୍ୟ ସରକାର ମହିଳାଙ୍କୁ ବିକାଶ ନାମରେ ଭୋଟ ରାଜନୀତିରେ ବ୍ୟବହାର କରୁଛି-ସ୍ମୃତି ପଟ୍ଟନାୟକ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଇଛାପୁରସ୍ଥିତ ଯାତ୍ରୀନିବାସ ପରିସରରେ ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଯୋଗଦେଇ ବିଜେଡି ସରକାର ମହିଳାମାନଙ୍କୁ କେବଳ ଭୋଟ ପାଇଁ ବ୍ୟବହାର କରୁଛି । ମିଶନଶକ୍ତି ନାମରେ କେନ୍ଦ୍ରୀୟ ଯୋଜନା ଗୁଡିକୁ ନିଜ ନାମରେ ପ୍ରଚାର କରି ମିଛରେ ବାହାବା ନେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କ ବିକାଶ ପାଇଁ ଉଜ୍ଜ୍ୱଳା ଯୋଜନା ,ଘରୋଇ ଶୈାଚାଳୟ ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପ୍ରଦାନ କରି ମହିଳାମାନଙ୍କୁ ପ୍ରକୃତ ସମ୍ମାନ ଦେଇଛନ୍ତି । ଆଗାମୀ ପଞ୍ଚାୟତ ଓ ପୈାର ନିର୍ବାଚନରେ ମହିଳାମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ମୈଦାନକୁ ଓହ୍ଲାଇବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି କିଶୋର ପଣ୍ଡା,ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି କାନନବାଳା ପଟ୍ଟନାୟକ, ରାଜ୍ୟ ସମ୍ପାଦିକା ଜୟଲକ୍ଷ୍ମୀ ମହାନ୍ତି, ବିଜୟ ପ୍ରଧାନ, ସୁନାକର ବେହେରା, ବିଷ୍ଣୁ ଦାସ, ପ୍ରତିମା ନାୟକ, ଅହଲ୍ୟା ଲେଙ୍କା, ରଶ୍ମିତା ନାୟକ, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟା ମମତାମୟୀ ସାମଲ ପ୍ରମୁଖ ଯୋଗଦେଇ ମହିଳାମାନେ ସ୍ୱାବଲମ୍ବୀ ଓ ସୁସଂଗଠିତ ହୋଇ ତୃଣମୂଳସ୍ତରରୁ ସଂଗଠନକୁ ମଜଭୁତ କରିବା ପାଇଁ ମତବ୍ୟକ୍ତ କରିଥିଲେ । ସାଧାରଣ ସମ୍ପାଦିକା କବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ