ବେଦପ୍ରକାଶ ଅଗ୍ରୱାଲ ସ୍ମୃତି ପରିଷଦ ପକ୍ଷରୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ବେଦ ପ୍ରକାଶ ଅଗ୍ରୱାଲ ସ୍ମୃତି ପରିଷଦ ଆନୁକୁଲ୍ୟରେ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅଗ୍ରୱାଲଙ୍କ ସ୍ମୃତିରେ ବିଜୁ ମହିଳା ଜନତାଦଳର ରାଜ୍ୟ ସମ୍ପାଦିକା ମଧୁମତୀ ଅଗ୍ରୱାଲ ଓ କେନ୍ଦ୍ରାପଡା ଜିଲ୍ଲା ଯୁବ ଜନତା ଦଳର ସଭାପତି ରାଜେଶ ଦାସ ଗରଦପୁର ବ୍ଲକର ତିକନପୁର ଉଚ୍ଚ ବିଦ୍ୟାଳୟ, ହରିପୁର ଉଚ୍ଚ ବିଦ୍ୟାଳୟ, ରାମଚନ୍ଦ୍ରପୁରର ପହଣା ସଂସ୍କୃତ ଉଚ୍ଚ ବିଦ୍ୟାଳୟ, ମାହାଳ ଉଚ୍ଚ ବିଦ୍ୟାଳୟ, ଭଗବାନପୁର ଉଚ୍ଚ ବିଦ୍ୟାଳୟ, ଗଜିପୁର ଉଚ୍ଚ ବିଦ୍ୟାଳୟ, କୋରୁଆ ବାଳିକା ଉଚ୍ଚ ବିଦ୍ୟାଳୟ, କୋରୁଆ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ । ଶ୍ରୀମତୀ ଅଗ୍ରୱାଲ କରୋନା ମହାମାରୀରୁ ନିଜକୁ ଦୂରେଇ ରଖି ଆଗାମୀ ଭବିଷ୍ୟତ ଗଢି ତୋଳିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମତି ସଭ୍ୟ ସଞ୍ଜୟ ସ୍ୱାଇଁ, ପୂର୍ବତନ ସରପଞ୍ଚ ଭରତ ମିଶ୍ର, ବିଜୟ କୁମାର ସାହୁ, ପ୍ରବୀର ପରିଜା, ସରୋଜକାନ୍ତ ନାୟକ, ରାକେଶ ସେଠୀ, ଦେବବ୍ରତ ନାୟକ, ଉମାକାନ୍ତ ମଲ୍ଲିକ, ଦୀପକ ସାହୁ, ଶାରଦା ବେହେରା, ବିଜୁ ଯୁବଜନତା ଦଳ ଡିଜିଟାଲ ସଂଯୋଜକ ଆଲୋକ ମାହାଳିଙ୍କ ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ