ରାଜ୍ୟ ସ୍କାଉଟ ଓ ଗାଇଡ୍ ସଂଗଠନ ଦ୍ୱାରା ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଜୁନ୍ ମାସ ୨୧ ତାରିଖ ଦିନଟିକୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରିଅଛି । ଏହି ଅବସରରେ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ପ୍ରତ୍ୟେକ ଜିଲ୍ଲାରେ କବ୍‌, ବୁଲ୍‌ବୁଲ୍‌, ସ୍କାଉଟ, ଗାଇଡ୍‌, ରୋଭର, ରେଞ୍ଜର ଏବଂ ସେମାନଙ୍କର ଲିଡରମାନଙ୍କ ସହିତ ବିଭିନ୍ନ ସ୍ଥାନରେ ପ୍ଲାକାର୍ଡ ଏବଂ ସ୍ଲୋଗାନ ମାଧ୍ୟମରେ ଯୋଗର ଉପକାରୀତା ବିଷୟରେ ଜନସମାଜକୁ ସଚେତନତା କରାଇବା ସଙ୍ଗେ ସଙ୍ଗେ ନିଜକୁ ସୁସ୍ଥ ରଖିବା ପାଇଁ ଯୋଗ ମଧ୍ୟ କରିଥିଲେ । ଏହାବ୍ୟତୀତ ଓଡିଶା ରାଜ୍ୟ ସଂସ୍ଥାର ସମସ୍ତ କର୍ମକର୍ତ୍ତାମାନେ ସକାଳୁ ରାଜ୍ୟ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଯୋଗାଭ୍ୟାସ କରିଥିଲେ ଏବଂ ର‌୍ୟାଲି ମାଧ୍ୟମରେ ଜନସଚେତନତା ସୃଷ୍ଟି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ