ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଫୁଟବଲ କପ୍ ଟୁର୍ଣ୍ଣାମେଂଟ

କେନ୍ଦ୍ରାପଡା – କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଶୁକ୍ରବାର ଉଦଘାଟିତ ହୋଇଥିବା ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଫୁଟବଲ କପ ଟୁର୍ଣ୍ଣାମେଂଟର ଦ୍ୱିତୀୟ ଦିବସ ଖେଳରେ ବାଲେଶ୍ୱରର ସ୍ପୋର୍ଟସ ହଷ୍ଟେଲ ଭୂବନେଶ୍ୱରର ଫ୍ରେଣ୍ଡସ ଆଣ୍ଡ ଫ୍ରେଣ୍ଡସ କ୍ଲବକୁ ୨-୧ ଗୋଲରେ ହରାଇ ବିଜୟୀ ହୋଇଛି । ଏହି ଉପଲକ୍ଷେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଦିବସ ଉତ୍ସବରେ କେନ୍ଦ୍ରାପଡା ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଦଳର କ୍ରୀଡାବୀତମାନଙ୍କ ସହିତ କରମର୍ଦ୍ଦନକରି ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଂଟକୁ ପ୍ରଦୀପ୍ତ ମହାନ୍ତି, ରିୟାଜ ଖାନ, ମହମ୍ମଦ ଜୋହା, କିର୍ତ୍ତି ସ୍ୱାଇଁ ପ୍ରମୁଖ ରେଫରୀ ଭାବରେ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫୁଟବଲ ସଙ୍ଘ ସଭାପତି ମହମ୍ମଦ ଅମୀର, ସମ୍ପାଦକ ସେକ ସଲ୍ଲାଉଦ୍ଦିନ, ସହସମ୍ପାଦକ ସେକ ନସିମୁଦ୍ଦିନ, ସେକ ଅସଲାମ, କଲିମ ଖାନ, ଗୁଡନ ଖାନ, ଆକ୍ରମ ଖାନ, ସାରୁକ ଖାନ, କ୍ରୀଡା ଶିକ୍ଷକ ଜ୍ୟୋତିର୍ମୟ ଦାସ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ