ରାଜ୍ୟ ସ୍ତରୀୟ ଭକ୍ତି ସଂଗୀତ କାର୍ଯ୍ୟକ୍ରମରେ ପାରଳାର ସଂଗୀତଙ୍ଗ୍ୟ ରଘୁନାଥ ପାତ୍ର

ଯୁଗାବ୍ଦ ନ୍ୟୁଜ; ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିର ସଂଗୀତ ନିର୍ଦ୍ଦେଶକ ତଥା ପ୍ରଖ୍ୟାତ ସଂଗୀତଙ୍ଗ୍ୟ ଗୁରୁ ରଘୁନାଥ ପାତ୍ର ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଭକ୍ତି ସଂଗୀତ କାର୍ଯ୍ୟକ୍ରମରେ ଯୋଗଦେଛନ୍ତି । ଏଠାରେ ସୂଚନା ଯୋଗ୍ୟ ରାଜ୍ୟ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଂଗୀତ ଉତ୍ସବ “ଗୁହାରୀ” କାର୍ଯ୍ୟକ୍ରମରେ ଗଜପତି ଜିଲାରୁ ସେ ପ୍ରତିନିଧିତ୍ୱ କରିଛନ୍ତି । ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଓଡିଶାର ବହୁ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ଭାବଭରା ଭକ୍ତି ସଂଗୀତ ପରିବେଷଣରେ ଏହି କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭୁବନେଶ୍ୱର ସ୍ଥିତ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଓଡିଶାର ବହୁ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଯଥା ଅନ୍ତରା ଚକ୍ରବର୍ତ୍ତୀ, ବିଜୟ ମିଶ୍ର, ଗୋପାଳ କୃଷ୍ଣ ସାହୁ, ଶୌଳଭାମା ମହାପାତ୍ର ପ୍ରମୁଖଙ୍କ ସହ ଗଜପତି ଜିଲାର ଏହି ପ୍ରସିଦ୍ଧ ସଂଗୀତଙ୍ଗ୍ୟ ଯୋଗଦେଇଥିବାରୁ ଜିଲାର ବିଭିନ୍ନ ସ୍ତରରୁ ତାଙ୍କୁ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ