ରାଜ ପଥ ପାଲଟିଛି ମରଣଯନ୍ତା
ଖୋର୍ଦ୍ଧା,(ଯୁଗାବ୍ଦ ନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ରାଜସୁନାଖଳା ୫୭ ନଂ ଜାତୀୟ ରାଜପଥ ପାଲଟିଛି ମରଣଜନ୍ତା । ଏହି ରାଜପଥ ଦେଇ ପ୍ରତିଦିନ ହଜାର ହଜାର ଯାତ୍ରୀ ଯାତ୍ରା କରୁଥିବା ସମୟରେ ବାରମ୍ବାର ଦୁର୍ଘଟଣା ଘଟୁଥିବାର ନଜିର ରହିଛି । ୫୭ ନଂ ଜାତୀୟ ରାଜପଥ ବଡ କୁମାରୀ ପଂଚାୟତର କୁମାରୀ ଛକ ରାଜପଥରେ ଖାଲହୋଇ ପାଣି ଜମିରହିଥିବା ବେଳେ ପ୍ରଶାସନ ତରଫରୁ କୌଣସି ମରାମତି କରାଯାଉନଥିବାରୁ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତିଦିନ ବେପାରୀ ଶହ ଶହ ଯାତୀ ଅସୁବିଧାର ସମ୍ମୁଖିନ ହେଉଥିବାରୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଗୁରୁତ୍ୱଦେବା ସହ ମରାମତି କରିବା ପାଇଁ ସାଧାରଣରେ ଦାବି ହୋଇଛି ।