ରାତିରେ ଭଲରେ ଶୋଇପାରନ୍ତିନି ଅନ୍ତର୍ମୁଖୀ ଲୋକ

ଯଦି ଆପଣଙ୍କ ଶକ୍ତିର ସ୍ତର କମ୍‌ ରହୁଛି ଏହା ପଛର କାରଣ ଆପଣ ଅନ୍ତର୍ମୁଖୀ ହେବା ହୋଇପାରେ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ମେଳାପି ଲୋକଙ୍କ ତୁଳନାରେ ଅନ୍ତର୍ମୁଖୀ ଲୋକ ରାତିରେ ଠିକ୍‌ ଭାବେ ଶୋଇ ପାରି ନ ଥାନ୍ତି। ଗବେଷକମାନେ ଯୁବପିଢ଼ିଙ୍କ ଶୋଇବା ଅଭ୍ୟାସ ଉପରେ ଗବେଷଣା କରିବା ପୂର୍ବରୁ ସେମାନଙ୍କ ବ୍ୟକ୍ତିତ୍ବ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ। ସେଥିରୁ ଜାଣିବାକୁ ମିଳିଥିଲା ଯେ ଅନ୍ତର୍ମୁଖୀ ବ୍ୟକ୍ତିଙ୍କ ତୁଳନାରେ ମେଳାପି ବ୍ୟକ୍ତିଙ୍କ ନିଜ ଶକ୍ତିର ସ୍ତର ଉପରେ ୧୭.୭ ପ୍ରତିଶତ ଅଧିକ ସନ୍ତୁଷ୍ଟ ଥିଲେ। ଏହି ଗବେଷଣାରେ ଗବେଷକମାନେ ୧୦୦୦ ଜଣ ଯୁବକ ଯୁବତୀଙ୍କୁ ସାମିଲ କରିଥିଲେ। ସେମାନଙ୍କ ବ୍ୟକ୍ତିତ୍ବ ପରୀକ୍ଷା ପରେ ଗବେଷକମାନେ ଏହି ଗବେଷଣାରେ ଭାଗ ନେଇଥିବା ଯୁବପିଢ଼ିଙ୍କ ଶୋଇବା ଶୈଳୀ, ସଚେତନତା ଏବଂ ସ୍ବପ୍ନ ସମ୍ପର୍କରେ ମଧ୍ୟ ବୁଝିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ ମେଳାପି ବ୍ୟକ୍ତିମାନେ ନିଜ ଶୋଇବା ଶୈଳୀ ସହିତ ବହୁତ ଖୁସି ଥିଲେ। ବ୍ୟକ୍ତିଙ୍କ ବ୍ୟକ୍ତିତ୍ବର ସିଧାସଳଖ ସମ୍ପର୍କ ସ୍ବପ୍ନ ସହିତ ରହିଛି। ତଥ୍ୟ ଅନୁସାରେ ମେଳାପି ଲୋକଙ୍କୁ ଅନ୍ତର୍ମୁଖୀ ଲୋକଙ୍କ ତୁଳନାରେ ୮.୩ ପ୍ରତିଶତ କମ୍‌ ଖରାପ ସ୍ବପ୍ନ ଆସିଥାଏ। ଗବେଷଣାରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ଅନ୍ତର୍ମୁଖୀ ଲୋକଙ୍କ ତୁଳନାରେ ମେଳାପି ଲୋକ ୧୩.୯ ପ୍ରତିଶତ ଅଧିକ ଭ୍ରମଣ ସ୍ବପ୍ନ ଦେଖନ୍ତି। ସେ ଯାହା ହେଉନା କାହିଁକି ଉପଯୁକ୍ତ ନିଦ ନ ହେଲେ ଆପଣଙ୍କ ଦୈନନ୍ଦିନ ଜୀବନ ବେଶୀ ମାତ୍ରାରେ ପ୍ରଭାବିତ ହୋଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ