କାଷ୍ଟିଂ କାଉଚ୍ର ଶିକାର ହୋଇଥିଲେ ମହ୍ଲାର
ମୁମ୍ବାଇ : ଅଭିନେତ୍ରୀ ମହ୍ଲାର ରାଠୋର ନିଜ କ୍ୟାରିଅର ସହିତ ଜଡ଼ିତ କିଛି ଘଟଣା ଲୋକଲୋଚନକୁ ଆଣିଛନ୍ତି। ହଟ୍ଷ୍ଟାରର ଚର୍ଚ୍ଚିତ ୱେବ୍ସିରିଜ୍ ‘ହଷ୍ଟେଜେସ୍’ରେ କାମ କରିସାରିଥିବା ଅଭିନେତ୍ରୀ ମହ୍ଲାର ରାଠୋରଙ୍କ କଥା ଶୁଣି ଯେ କେହି ଚକିତ ହୋଇଯିବେ। ମିଡିଆ ସହିତ ଆଲୋଚନା କରି ମହ୍ଲାର କହିଛନ୍ତି ଯେ କେଉଁଭଳି ଭାବେ କ୍ୟାରିଅର ଆରମ୍ଭ ସମୟରେ ସେ କାଷ୍ଟିଂ କାଉଚ୍ର ଶିକାର ହୋଇଥିଲେ। ମହ୍ଲାର କହିଛନ୍ତି ଯେ ସେହି ସମୟରେ ଟିନ୍ଏଜ୍ ଅଭିନେତ୍ରୀ ଥିଲେ। ସେତେବେଳେ ୬୫ ବର୍ଷିୟ ଜଣେ ପ୍ରଯୋଜକ ତାଙ୍କ ସମ୍ମୁଖରେ ଏକ ଖରାପ ଡିମାଣ୍ଡ ରଖିଥିଲେ। ପ୍ରଯୋଜକ ଜଣଙ୍କ କ’ଣ ଚାହୁଛନ୍ତି, ତାହା ବୁଝିବା ଲାଗି ତାଙ୍କୁ ଏକ ମିନିଟ୍ ଲାଗି ଯାଇଥିଲା। ପ୍ରଯୋଜକ ଜଣଙ୍କ ତାଙ୍କୁ କହିଥିଲେ ଯେ ତାଙ୍କ ପାଖରେ ଏକ ରୋଲ୍ ରହିଛ। ଏହା ପରେ ସେ ତାଙ୍କୁ ଟପସ୍ ଖୋଲିବାକୁ କହିଥିଲେ ବୋଲି ମହ୍ଲାର କହିଛନ୍ତି। ଏହା ଶୁଣି ସେ ବହୁତ ଡରି ଯାଇଥିଲେ। ସେ ବୁଝି ପାରି ନ ଥିଲେ କ’ଣ କରିବେ ବୋଲି ମହ୍ଲାର କହିଛନ୍ତି। ତେବେ ଏଭଳି ପରିସ୍ଥିତିକୁ କିଭଳି ଭାବେ ହ୍ୟାଣ୍ଡଲ କରିବେ, ସେ ତାହା ଜାଣିଥିଲେ ବୋଲି ମହ୍ଲାର କହିଛନ୍ତି। ସୂଚନାଯୋଗ୍ୟ ଯେ ମହ୍ଲାର ଏବେ ଛୋଟ ପରଦାର ଜଣେ ଜଣାଶୁଣା ନାମ। ସେ ଅନେକ ଟିଭି ବିଜ୍ଞାପନରେ କାମ କରି ସାରିଛନ୍ତି। ଆଗକୁ ତାଙ୍କ ନିକଟରେ ଅନେକଗୁଡ଼ିଏ ପ୍ରୋଜେକ୍ଟ ମଧ୍ୟ ରହିଛି।


