ରାଧାକୃଷ୍ଣ ମନ୍ଦିରରେ ଗୋବର୍ଦ୍ଧନ ପୂଜା ଓ ଅନ୍ନକୁଟ ମହୋତ୍ସବ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଏନଏସି ଅଧିନସ୍ଥ ବାଣୀବିହାର ଅଞ୍ଚଳରେ ପବିତ୍ର ଋଷିକୁଲ୍ୟା ନଦୀ ତଟରେ କେଉଁ ଆବାହମାନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଶନିବାର ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଗୋବର୍ଦ୍ଧନ ପୂଜା ଓ ଅନ୍ନକୁଟ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମନ୍ଦିର ପରିସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିବା ବେଳେ ଶ୍ରର୍ଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା ଶ୍ରୀଶ୍ରୀ ରାଧାକୃଷ୍ଣ ସେବା ସଂଘ ପରିଚାଳନା ପରିଷଦର ସଭାପତି ପ୍ରଦୀପ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ କାଳୁଚରଣ ପାତ୍ର, ସଂପାଦକ ଦେବରାଜ ମିଶ୍ର, ଶ୍ରଦ୍ଧାଳୁ ଭକ୍ତ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ଆଧ୍ୟାତ୍ମିକପ୍ରେମୀ ଗଗନ ବିହାରୀ ପଣ୍ଡା, ଦିଲୀପ କୁମାର ପାଣିଗ୍ରାହୀ, ଲକ୍ଷ୍ମଣ କୁମାର ନାୟକ, ସୁରେନ୍ଦ୍ରନାଥ ବେହେରା, ବାପି ବିଶ୍ୱାଳ, ରାଜେନ୍ଦ୍ର କୁମାର ବିଶ୍ୱାଳ, ଇଂ.ସଚ୍ଚିଦାନନ୍ଦ ରାଉତ, ରାମଶରଣ ମହାପାତ୍ର, ଅଚ୍ୟୁତାନନ୍ଦ ବେହେରା., ମନୋରଞ୍ଜନ ଚୌଧୁରୀ, ବିଦେଶୀ ନାହାକ, ଶରତଚନ୍ଦ୍ର ପାତ୍ର, ବିଜୟ କୁମାର ଜେନା, ସଂଜୟ କୁମାର ପାତ୍ର, କାମେଶ୍ୱର ଗୌଡ, ଗଣେଶ ରଥ, ନିଗମାନନ୍ଦ ରାଉତ, ସୂର୍ଯ୍ୟନାରାୟଣ ଶତପଥୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀଙ୍କ ସକ୍ରିୟ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ଗୋବର୍ଦ୍ଧନ ପୂଜା ଓ ଅନ୍ନକୁଟ ମହୋତ୍ସବ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଶହଶହ ଶ୍ରର୍ଦ୍ଧାଳୁ ଭକ୍ତ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ମନ୍ଦିର ପୂଜକ ଗଙ୍ଗାଧର ପଣ୍ଡାଙ୍କ ମନ୍ତ୍ରୋଚାରଣରେ ସମଗ୍ର ମନ୍ଦିର ପରିବେଶ ପ୍ରକମ୍ପିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଐତିହ୍ୟ, ସଂସ୍କୃତି ଓ ଭାଇଚାରାର ଅଞ୍ଚଳ ରୂପେ ପରିଚିତ ଥିବା ଆସିକା ଏନ୍‍ଏସି ଅଧୀନସ୍ଥ ୨ ନମ୍ବର ୱାର୍ଡର ବାଣିବିହାର ସ୍ଥିତ ରାଧାକୃଷ୍ଣ ସେବା ସଂଘ ଆନୁକୂଲ୍ୟରେ ଶନିବାର କାର୍ତ୍ତିକ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଗୋବର୍ଦ୍ଧନ ପୂଜା ଓ ଅନ୍ନକୁଟ ମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ବିଧିବିଧାନ ଅନୁଯାୟୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭଜନ, ନାମ ସଂକୀର୍ତ୍ତନ, ସ୍ୱତନ୍ତ୍ର ପୂଜା, ଆରତୀ ସମେତ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ øହୋଇଥିଲା ବେଳେ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ଆୟୋଜକଙ୍କ ପକ୍ଷରୁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ