ରାଧାନାଥ ଟ୍ରେନିଂ କଲେଜରୁ ସ୍ୱୀକୃତି ପ୍ରତ୍ୟାହାର ନିଷ୍ପତ୍ତି ଦୁର୍ଭାଗ୍ୟଜନକ : କଂଗ୍ରେସ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଓଡ଼ିଶାର ସର୍ବପୁରାତନ ପ୍ରଥମ ବି.ଇଡ୍ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ଯାହା କବିବର ରାଧାନାଥ ରାୟଙ୍କ ସ୍ମୃତି ବହନ କରୁଥିବା, କଟକସ୍ଥିତ ରାଧାନାଥ ଟେନ୍ରିଂ କଲେଜରୁ ସ୍ୱୀକୃତି ପ୍ରତ୍ୟାହାର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଆର୍ଯ୍ୟସମାଜ ଓଡ଼ିଶାର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି । ଯଥେଷ୍ଟ ସଂଖ୍ୟକ ଅଧ୍ୟାପକ ଅଭାବ ସମସ୍ୟା ଏନ୍‌.ସି.ଟି.ଇ. ରାଜ୍ୟ ସରକାରଙ୍କୁ ଜଣାଇବା ସତ୍ତ୍ୱେ, ରାଜ୍ୟ ସରକାର ଉକ୍ତ କଲେଜ ସମେତ ରାଜ୍ୟର ୧୫ଟି ବି.ଇଡ୍ ଟ୍ରେନିଂ କଲେଜରୁ ସ୍ୱୀକୃତି ପ୍ରତ୍ୟାହାର, ରାଜ୍ୟ ସରକାରଙ୍କର ଶିକ୍ଷାମାରଣ ନୀତି ଜଳଜଳ ହୋଇ ଦିଶୁଛି । ବିଗତ ୨୦ ବର୍ଷରେ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ମଜଭୁତ ଠିକ୍ ସମୟରେ ନ କରି, ପ୍ରାଥମିକ ବିଦ୍ୟାଳୟ ଠାରୁ ବି.ଇଡ୍‌, ଏମ୍‌. ଇଡ୍ ପ୍ରଶିକ୍ଷଣ ମହାବିଦ୍ୟାଳୟ ଗୁଡ଼ିକ ବନ୍ଦ କରିବା, କ’ଣ ୫-ଟି ସଫଳ ରୂପାୟନର ଉଦାହରଣ ବୋଲି ଡଃ ଜ୍ଞାନେନ୍ଦ୍ର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ପ୍ରଶିକ୍ଷଣପ୍ରାପ୍ତ ଶିକ୍ଷକମାନଙ୍କର ଘୋର ଅଭାବ ଥିବାରୁ, ଉକ୍ତ ସରକାରୀ ଟ୍ରେନିଂ କଲେଜ ଗୁଡ଼ିକରେ ଗରିବ ମେଧାବୀ ଶିକ୍ଷାର୍ଥୀମାନେ ସ୍ୱଳ୍ପ ଅର୍ଥରେ ଟ୍ରେନିଂ ପାଇବାର ଯେଉଁ ସୁଯୋଗ ଥିଲା, ତାହା ସରକାର ଜାଣିଶୁଣି ବନ୍ଦ କରିବା ପାଇଁ ଚେଷ୍ଟା କରିଛନ୍ତି । ଏଭଳି ଶିକ୍ଷାମାରଣ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଡଃ ଜ୍ଞାନେନ୍ଦ୍ର ଦୃଢ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ