ରାପିଡୋ ଦ୍ୱାରା ମାଗଣା ବାଇକ୍ ଟ୍ୟାକ୍ସି ସେବା ପ୍ରଦାନ

ନୂଆଦିଲ୍ଲୀ, (ଏଜେନ୍ସି): ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତର ବୃହତ ବାଇକ୍ ଟ୍ୟାକ୍ସି ସେବା ପ୍ରଦାନକାରୀ ସଂସ୍ଥା ରାପିଡ଼ୋ ମତଦାତାଙ୍କୁ ମାଗଣା ସେବା ପ୍ରଦାନ କରିଛି । ଏହି ସେବା ନିମନ୍ତେ ଉପଭୋକ୍ତା ରାପିଡ଼ୋ ଆପ୍ ମାଧ୍ୟମରେ ଏହାକୁ ବୁକ୍ କରି ଏହାର ସୁଯୋଗ ଲାଭ କରିପାରିବେ । ରାପିଡୋ ମତଦାତାଙ୍କ ‘ରାଇଟ୍ ଟୁ ଭୋଟ’ ଅଧିକାରକୁ ଦୃଢିଭୁତ କରି ଠିକ୍ ସମୟରେ ପୋଲିଂ ଷ୍ଟେସନ୍ ନିକଟରେ ପହଞ୍ଚାଇବାର ପଦକ୍ଷେପ ନେଇଛି । ମତଦାତା ‘ଆଇ ଭୋଟ’ କୁପନ୍ ମାଧ୍ୟମରେ ଏହାକୁ ବୁକିଙ୍ଗ୍ କରିପାରିବେ । ବାଙ୍ଗାଲୋର ସ୍ଥିତ କମ୍ପାନୀ ରାପିଡ଼ୋ ଭାରତର ଟ୍ରାଫିକ୍କୁ ନଜରରେ ରଖି ନିଜର ବାଇକ୍ ଟ୍ୟାକ୍ସି ସେବାର ଆରମ୍ଭ କରିଛି । ଏହି ସେବା ଭାରତର ୧୬ଟି ରାଜ୍ୟର ୪୦ଟି ସହରରେ ଉପଲବ୍ଧ ହେଉଛି । ଏହାର ଚାଳକମାନେ ସଡକ ସୁରକ୍ଷା ସମସ୍ତ ନିୟମ ପାଳନ କରିବା ସହ ଗାଡି ଚଲାଉଥିବା ବେଳେ ହେଲ୍ମେଟ୍ର ପ୍ରୟୋଗ ମଧ୍ୟ କରିଥାନ୍ତି । ରାପିଡୋ ଉଭୟ ଗ୍ରାହକ ଓ ଚାଳକଙ୍କୁ ଇନ୍ସ୍ୟୁରାନ୍ସ କଭରେଜ ମଧ୍ୟ ପ୍ରଦାନ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ