ରାଫେଲ ଚୁକ୍ତି ରିପୋର୍ଟ ର ,୩ ପୃଷ୍ଠା ଗାଏବ ସୁପ୍ରିମକୋର୍ଟକୁ ସୂଚନା ଦେଲେ ଆଟର୍ଣ୍ଣି ଜେନେରାଲ
ରାଫେଲ ଯୁଦ୍ଧ ବିମାନ ଦୁର୍ନିତି ଅଭିଯୋଗ କୋର୍ଟରେ ମାମଲା ପହଞ୍ଚିଛି । ଗୁରୁବାର ଦିନ ଯୁଦ୍ଧ ବିମାନର ମାମଲାର ଶୁଣାଣୀ ହୋଇଛି । ଶୁଣାଣୀ ସମୟରେ ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯୁଦ୍ଧ ବିମାନରେ ଲିକ୍ ହୋଇଥିବା ପେପରରେ ବିମାନର ଦାମ ରହିଛି ।ବିମାନର ଦାମକୁ ସର୍ବସମ୍ମୁଖରେ କହିବା ଏହା ଚୁକ୍ତିର ଉଲ୍ଲଘଂନ ହେବ ବୋଲି କହିଛନ୍ତି । ଏହା ସହ ଆଟର୍ଣ୍ଣି ଜେନେରାଲ କହିଛନ୍ତି ଗୋପନୀୟ କାଗଜକୁ ସାର୍ବଜନୀନ କରାଯାଇପାରିବ ନାହିଁ ବୋଲି କହିବା ସହ ଏହା ସହ ଆବେଦନ କାରୀ ମାନେ ଯେଉଁ ଦସ୍ତାବିଜ କୋର୍ଟରେ ଦେଇଛନ୍ତି ତାହା ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ । କିମ୍ଭା ସାକ୍ଷ୍ୟ ପ୍ରମାଣ ମଧ୍ୟ ଗ୍ରହଣ କରାଯାଇପାରିବ ନାହିଁ । ଆଟର୍ଣ୍ଣି ଜେନେରାଲ କହିଛନ୍ତି ରାଫେଲ ଚୁକ୍ତିରୁ ତିନି ପୃଷ୍ଠା ଗାଏବ ହୋଇଯିବା ଏହା ସରକାରଙ୍କ ଭୁଲ ହୋଇଛି ।ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କହିଛନ୍ତି ଯେ ରକ୍ଷା ମନ୍ତ୍ରାଳୟରୁ ଲିକ ହୋଇଥିବା ଦସ୍ତାବିଜ ଗୁଡିକୁ ପୁର୍ନବଚାର ଆବେଦନକୁ ହଟାଯାଉ । ଦସ୍ତାବିଜ ଗୁଡିକ ଉପରେ ଭାରତ ଉପରେ ସଂମ୍ପୂଣ୍ଣ ର୍ ଅଧିକାର ରହିଛି ।ଗୋପନୀୟ ଦସ୍ତାବିଜ ଗୁଡିକ ସାକ୍ଷ୍ୟ ଅଧିନିୟମ ଅନୁସାରେ ଗ୍ରହଣ ଯୋଗ୍ୟ ନୁହେଁ ।ଯେଉଁ ଆବେଦନ କାରୀ ମାନେ ଅଭିଯୋଗ ଦେଇଛନ୍ତି ତାହା ଗ୍ରହଣ ଯୋଗ୍ୟ ନୁହେଁ ।