ରାମଗିରିରେ ଏକଲବ୍ୟ ମୋଡେଲ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ରାମଗିରି ଗ୍ରାମ ଠାରେ ଏକଲବ୍ୟ ମୋଡେଲ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବାର ଜଣାପଡିଛି । ଏନେଇ ଗଜପତି ଜିଲ୍ଲା ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷା ଅନୀତାରାଣୀ ବେହେରା ପ୍ରମୁଖ ଯୋଗଦେଇ ଭିତ୍ତିଭୂମୀର ଶୀଳାନ୍ୟାସ କରିଥିଲେ । ସୂଚନାଯୋଗ୍ୟ ଯେ, ରାମଗିରି ଅଞ୍ଚଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ହୋଇଥିବା ବେଳେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରି ଏହି ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ଏକଲବ୍ୟ ମୋଡେଲ ରେସିଡେନସିଆଲ ବିଦ୍ୟାଳୟ ସ୍ଥାପନ କରିବାପାଇଁ ପରିଜୋଜନା କରି ବିଦ୍ୟାଳୟମାନ ସ୍ଥାପନ କରୁଛନ୍ତି । ଗତ କିଛି ଦିନ ପୂର୍ବେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବାର ଜଣାପଡିଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିଏ ଆଇଟିଡିଏ ସରୋଜ କୁମାର ବେହେରା, ଡିଡବ୍ଲ୍ୟୁଓ ସନ୍ତୋଷ କୁମାର ରଥ, ବିଡିଓ ଆର୍.ଉଦୟଗିରି ପି.କେ. ନାୟକ ପ୍ରମୁଖଙ୍କ ସମେତ ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧିମାନେ ଉପସ୍ଥିତଥିଲେ ।


