ରାମଗିରି ମହେନ୍ଦ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ରାମଗିରି ଗ୍ରାମପଞ୍ଚାୟତ ସ୍ଥିତ ମହେନ୍ଦ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତରଫରୁ ରାଜ୍ୟ ସରକାରଙ୍କ ଯୁବ ଓଡିଶା ନବୀନ ଓଡିଶା ଦ୍ୱାରା ଆୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଦେଢ଼ ମାସ ଧରି କ୍ରୀଡା ପ୍ରତିଯୋଗିତା , ସଫେଇ , ସଡ଼କ ସୁରକ୍ଷା ସଚେତନତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ତଥା ବିଦ୍ୟାଳୟ ଅଧକ୍ଷା ପ୍ରିୟଦର୍ଶିନୀ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରା.ଉଦୟଗିରି ବ୍ଲକ ପଞ୍ଚାୟତସମିତି ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର , ମୁଖ୍ୟ ବକ୍ତାଭାବେ ବିଜେଡି ଜିଲ୍ଲା ସଭାପତି (ଗଜପତି ) ଜଗବନ୍ଧୁ ଦାସ , ରାମଗିରି ଥାନା ଭାରପ୍ରାପ୍ତ ଅଧିକାରୀ ଲୋକନାଥ ବେହେରା ,ରାମଗିରି ଗ୍ରାମପଞ୍ଚାୟତ ନାଏବ ସରପଞ୍ଚ ରାଜେନ୍ଦ୍ର କୁମାର ମାଝୀ , ଅଧ୍ୟାପକ ସୁଶାନ୍ତ କୁମାର ତ୍ରିପାଠୀ , ଆନନ୍ଦ ଭୂୟାଁ , ଜି. ଅଲେଖ ପାତ୍ର , ସାମ୍ବାଦିକ ଅଂଶୁମାନ ପଣ୍ଡା ଏବଂ ବାବୁଲି ସେଠି ପ୍ରମୁଖ ମଞ୍ଚାସିନ ହୋଇଥିଲେ l ଅତିଥି ମାନଙ୍କ ଦ୍ୱାରା ମଞ୍ଚ ଉପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ହେଲା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକାୟତ ଭାବେ ଥିବା ପ୍ରତିଭା ଗୁଡିକୁ ଲୋକଲୋଚନକୁ ଆଣିବା l ମୁଖ୍ୟବକ୍ତା ଏବଂ ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ସାମାଜିକ ସେବା , କ୍ରୀଡା ଏବଂ ନିଜ ଭିତରେ ଲୁଚି ରହିଥିବା ସାଂସ୍କୃତିକ ପ୍ରତିଭାମାନର ବିକାଶ ପାଇଁ ଅଭିଭାଷଣ ରଖିଥିଲେ l ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇ ପୂର୍ବରୁ ହୋଇଥିବା କ୍ରୀଡା ପ୍ରତିଯୋଗିତାରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ସୌଦାମିନୀ ମହାରଣା ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଏବଂ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ l