ରାମଚରିତ ମାନସ ପାରାୟଣ ଉଦଯାପିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସ୍ଥାନୀୟ ଭାଗବତ କଥା ବିତରଣ ପାରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣାସାହି ଲକ୍ଷ୍ମୀ ନୃସିଂହ ମନ୍ଦିର ସମ୍ମୁଖରେ ୮ ତାରିଖ ଠାରୁ ଅନୁଷ୍ଠିତ ତୁଳସୀ ଦାସ ରଚିତ ରାମଚରିତ ମାନସ ପାରାୟଣ ପ୍ରବଚନ କାର୍ଯ୍ୟକ୍ରମ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଟ୍ରଷ୍ଟ ସଭାପତି ଦେବାନନ୍ଦ ମହାପତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ସମ୍ମାନୀତ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ସମାଜସେବୀ ଆରତୀ ଦେବୀ ଓ ଅଜୟ କୁମାର ମହାରଣା ଯୋଗ ଦେଇଥିଲେ । ଅତିଥି ମାନଙ୍କ କରକମଳରେ ପାରିଷଦର ବାର୍ଷିକ ପତ୍ରିକା ଶାଶ୍ୱତକଥାର ଶୁଭ ଉନ୍ମୋଚନ କରାଯାଇଥିଲା । ପୂର୍ବରୁ ପାରିଷଦ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତୀଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବ୍ୟାସ କାର୍ଯ୍ୟ ନିର୍ବାହ କରୁଥିବା ସନ୍ଥ ପଦ୍ମଚରଣ ଦାଶ, ପ୍ରବଚକ କୌଳାସ ଚନ୍ଦ୍ର ପଣ୍ଡାଙ୍କୁ ପାରିଷଦ ପକ୍ଷରୁ ମାନପତ୍ର ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରବଚକ ଶ୍ରୀ ପଣ୍ଡାଙ୍କ ମୁଖରୁ ପ୍ରଭୁ ଶ୍ରୀରାମ, ହନୁମାନଙ୍କ ସମ୍ବନ୍ଧିତ ପ୍ରବଚନ ସମେତ ଭଜନ ପରିବେଶଣ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ୫ମ ଦିବସରେ ସୁନ୍ଦରକାଣ୍ଡ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ପ୍ରବଚନ ଶୁଣିବା ସକାଶେ ସ୍ଥାନୀୟ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମଞ୍ଚଳର ସହସ୍ରାଧିକ ମହିଳା ଓ ପୁରୁଷ ଶ୍ରେତାଙ୍କ ଅସମ୍ଭବ ଭିଡ ପରିଲିକ୍ଷିତ ହେଉଥିଲା । କାର୍ଯ୍ୟକ୍ରମକୁ ଟ୍ରଷ୍ଟ ଉପସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ଡଃ. ରମେଶ ଚନ୍ଦ୍ର ଚୌଧୁରୀ, ମନୋଜ ସାହୁ, ଶଙ୍କର ପ୍ରସାଦ ଆଚାରୀ, ତରୁଣ ପଣ୍ଡା, ଗୌରହରି ପୃଷ୍ଟି, ଗଦାଧର ବେହେରା, ହରିହର ଚୌଧୁରୀ, ହରି ପଣ୍ଡା, ଦେବ ପ୍ରସାଦ ପଣ୍ଡା, ସନ୍ତୋଷ ଦ୍ୟାନସୁମନ୍ତ, ବିଜୟ ପାଣିଗ୍ରାହୀ, ପୂଜକ ଜଗନ୍ନାଥ ପାଠି, ପ୍ରଶାନ୍ତ ପଟ୍ଟନାୟକ, ନିରୁପମା ସାହୁ, ସଂଯୁକ୍ତା ବେହେରା, ଅରବିନ୍ଦ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ପାରିଷଦର ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଭୂୟସୀ ପ୍ରଂଶସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ